Business

ଜିନ୍ଦଲ ଇଣ୍ଡିଆ ଲିିମିଟେଡ୍ ପକ୍ଷରୁ ଇସ୍ପାତ ବ୍ୟବସାୟ ସମ୍ପ୍ରସାରଣରେ ୧୫୦୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯିବ


ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଇସ୍ପାତ କମ୍ପାନି ଜିନ୍ଦଲ ଇଣ୍ଡିଆ ଲିମିଟେଡ୍ ୦.୬ ନିୟୁତ ମେଟ୍ରିକ ଟନ୍‌ର କ୍ଷମତା ସମ୍ପ୍ରସାରଣ ପାଇଁ ୧,୫୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ଘୋଷଣା କରିଛି। କମ୍ପାନିର ବର୍ତମାନ କ୍ଷମତା ୧ ନିୟୁତ ଟନ୍ ଥିବା ବେଳେ ସେଥିରେ ୬୦ ପ୍ରତିଶତ ବୃଦ୍ଧି ହେବ। ୧୯୫୨ ମସିହାରେ ସ୍ଥାପିତ ଜିନ୍ଦଲ ଇଣ୍ଡିଆ ଲିମିଟେଡ୍ ଏକ ଅଗ୍ରଣୀ ଭାରତୀୟ ସଂସ୍ଥା ଯାହା ହେଉଛି ବିସି ଜିନ୍ଦଲ ଗ୍ରୁପର ଏକ ଅଂଶ ଯାହାର କାରବାର ୧୮୦୦୦ କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ଏହା ପାକେଜିଂ ଫିଲ୍ମ, ଶକ୍ତି ଓ ଇସ୍ପାତ ଉତ୍ପାଦ କ୍ଷେତ୍ରରେ ସକ୍ରିୟ ରହିଛି।
ନୂଆ କ୍ଷମତା ସମ୍ପ୍ରସାରଣରେ କୋଟେଡ୍ ଫ୍ଲାଟ୍ ଉତ୍ପାଦ, ପାଇପ୍ ଏବଂ ଦୁର୍ଘଟଣା ପ୍ରତିବନ୍ଧକ (କ୍ରାଶ ବ୍ୟାରିୟର) ଉତ୍ପାଦନ କରାଯିବ। ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ଆରମ୍ଭ ହୋଇ ୨୦୨୫-୨୬ ସୁ୍‌ଦ୍ଧା ସମ୍ପୂର୍ଣ୍ଣ ହେବ। ଏହି କ୍ଷମତା ସମ୍ପ୍ରସାରଣରେ କୋଟେଡ୍ ଫ୍ଲାଟ ଉତ୍ପାଦ ପାଇଁ ନୂତନ ଲାଇନ୍ ଯୋଡାଯିବ। ଏହା ଦ୍ୱାରା ଜିନ୍ଦଲ ଇଣ୍ଡିଆର ଉତ୍ପାଦ ଉତ୍ପାଦନ କ୍ଷମତା ବଢ଼ିବ ଏବଂ ଏହା ସୋଲାର ଓ ହୋମ୍ ଆପ୍ଲାଏନ୍‌ସେସ୍ ବର୍ଗର ଆବଶ୍ୟକତା ପୂରଣ କରିପାରିବ।
ଏହି ପୁଞ୍ଜିନିବେଶ ଦ୍ୱାରା ବିନିର୍ମାଣ କ୍ଷେତ୍ର ପାଇଁ ଦୁର୍ଘଟଣା ପ୍ରତିବନ୍ଧକ ଉତ୍ପାଦ ଏବଂ ପାଇପ୍ ଉତ୍ପାଦ ତଥା ନିର୍ମାଣ କ୍ଷେତ୍ର ପାଇଁ ଖୋଲା ସେକ୍ସନ ପାଇପ୍‌ର ଉତ୍ପାଦନ କ୍ଷମତାର ଆଧୁନିକୀକରଣ ଏବଂ ବୃଦ୍ଧି ହେବ। ଏହି ପଦକ୍ଷେପ ଦ୍ୱାରା କୋଟେଡ୍ ଫ୍ଲାଟ୍ ଉତ୍ପାଦର କ୍ଷମତା ବର୍ତମାନ କ୍ଷମତାଠାରୁ ୬୦ ପ୍ରତିଶତ, ପାଇପ୍ ଉତ୍ପାଦ ୪୦ ପ୍ରତିଶତ ଏବଂ ଦୁର୍ଘଟଣା ପ୍ରତିବନ୍ଧକରେ ୭୫ ପ୍ରତିଶତ ବୃଦ୍ଧି ପାଇବ। ପଶ୍ଚିମବଙ୍ଗର ହାୱଡ଼ାର ରାଣୀହାଟିଠାରେ ଥିବା କଂପାନିର ଉତ୍ପାଦନ କାରଖାନାରେ ଜନ୍ କକେରିଲ୍ ଏବଂ ଏସମେକ୍ ଇକ୍ୱିପ୍‌ମେଂଟ୍ (ଏସ୍‌ଏମ୍‌ଏସ୍ ଗ୍ରୁପ୍‌) ଭଳି ଅଗ୍ରଣୀ ଯନ୍ତ୍ରପାତି ଯୋଗାଉଥିବା ଉପକରଣ ସହିତ ନୂତନ ଉତ୍ପାଦନ ଲାଇନ୍ ସ୍ଥାପନ କରାଯିବ।
ଏହି ଅବସରରେ କମ୍ପାନିର ମୁଖପାତ୍ର କହିଛନ୍ତି ଯେ, “ଭିତିଭୂମି ବିକାଶ ପାଇଁ ସରକାରଙ୍କ ଗୁରୁତ୍ୱ ଅନୁଯାୟୀ ଆମର ଏହି ସମ୍ପ୍ରଦାରଣ କରାଯାଉଛି। ଦୁର୍ଘଟଣା ପ୍ରତିବନ୍ଧକ ଭଳି ଗୁରୁତ୍ୱପୂର୍ଣ୍ଣ ନିରାପତା ଉପାଦାନ ସହିତ ଦେଶର ରାଜପଥ ନେଟୱାର୍କକୁ ଦ୍ରୁତ ଗତିରେ ବୃଦ୍ଧି କରିବା ଉପରେ ଅଧିକ ଧ୍ୟାନ ଦେବା ହେଉଛି ଏକ ପ୍ରମୁଖ କ୍ଷେତ୍ର ଯେଉଁଠାରେ ଜିନ୍ଦଲ ଇଣ୍ଡିଆ ମୂଲ୍ୟ ବଢ଼ାଉଛି। ଦେଶରେ ଆମର ଭୌଗୋଳିକ ଉପସ୍ଥିତିକୁ ଆହୁରି ବିସ୍ତାର କରିବା, କଲର କୋଟେଡ୍ ସିଟ୍ ଭଳି ଉତ୍ପାଦରେ ଆମର ଆଧିପତ୍ୟକୁ ସୁଦୃଢ଼ କରିବା ଏବଂ ସୌର ଭଳି ନୂତନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଆମର ଉତ୍ପାଦ ପୋର୍ଟଫୋଲିଓରେ ବିବିଧତା ଆଣିବାକୁ ମଧ୍ୟ ଆମେ ଲକ୍ଷ୍ୟ ରଖିଛୁ। ଆମର ଉତ୍ପାଦଗୁଡ଼ିକୁ ସୋଲାର ମାଉଂଟେଡଡ୍ ଢାଂଚା ନିର୍ମାଣରେ ବ୍ୟବହାର କରାଯାଇପାରିବ।”

ଏହାବ୍ୟତୀତ ଜିନ୍ଦଲ ଇଣ୍ଡିଆ ଲିମିଟେଡ୍ ଏହାର ପ୍ରଡକ୍ଟ ପୋର୍ଟଫୋଲିଓରେ ବିବିଧତା ଆଣି ନୂଆ ଅଭିବୃଦ୍ଧି ସୁଯୋଗ ହାସଲ କରୁଛି। କମ୍ପାନୀ ଗତ ପାଂଚ ବର୍ଷ ଧରି ସଫଳତା ହାସଲ କରୁଛି ଏବଂ ଆନୁଷଂଗିକ ଇସ୍ପାତ ଉତ୍ପାଦରେ ଭାରତର ଅନ୍ୟତମ ଅଗ୍ରଣୀ କମ୍ପାନି ହେବାର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି । ଦେଶର ଭିତିଭୂମି ବିକାଶ ଲକ୍ଷ୍ୟ ସହ କମ୍ପାନିର କର୍ପୋରେଟ୍ ରଣନୀତିକୁ ଯୋଡ଼ି ଜିନ୍ଦଲ ଇଣ୍ଡିଆ ଲିମିଟେଡ୍ ୨୦୪୭ ସୁଦ୍ଧା ଭାରତର ‘ବିକଶିତ ଭାରତ’ ପରିକଳ୍ପନାରେ ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛି।

Share

Leave a Reply

Your email address will not be published. Required fields are marked *

seventeen − 13 =