Business

ଗୋଦରେଜ ଆପ୍ଲାଏନସେସ ପକ୍ଷରୁ ଶିକ୍ଷା ମନ୍ତ୍ରଣାଳୟ ସହ ସହଯୋଗିତାରେ ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ ୨୦୨୪


ଭୁବନେଶ୍ୱର: ଗୋଦରେଜ ଆଣ୍ଡ ବଏସର ଅଂଶ ଗୋଦରେଜ ଆପ୍ଲାଏନସେସ ପକ୍ଷରୁ ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ ୨୦୨୪ର ସପ୍ତମ ସଂସ୍କରଣ ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସହ ସହଯୋଗିତା ସ୍ଥାପନ କରାଯାଇଛି। ଦୈନନ୍ଦୀନ ଜୀବନକୁ ସହଜ କରିବା ଦିଗରେ ଯୁବ ପ୍ରତିଭାମାନଙ୍କ ଅଭିନବ ଚିନ୍ତାଧାରା ଏବଂ ଉଦ୍ଭାବନର ବ୍ୟବହାର କରିବାକୁ ଏହି ଜାତୀୟ ସ୍ତରର ଅଭିଯାନରେ ଲକ୍ଷ୍ୟ ରଖାଯାଇଛି।
ଚଳିତ ବର୍ଷର ସ୍ମାର୍ଟ ଇଣ୍ଡିଆ ହାକାଥନର ବିଷୟବସ୍ତୁ ରହିଛି “ସ୍ଥାୟୀତ୍ୱ ପାଇଁ ନବସୃଜନ”: ବୃହତ ଆପ୍ଲାଏନସେସ (ଏୟାର କଣ୍ଡିସନର, ରେଫ୍ରିଜରେଟର, ୱାସିଂ ମେସିନ ଓ ଡେଜର୍ଟ ଏୟାର କୁଲର)ରେ ସମ୍ବଳ ସଂରକ୍ଷଣ (ଶକ୍ତି ଓ ଜଳ)କୁ ବଢ଼ାଇବା’। ଏହା ଉପରେ ଛାତ୍ରଛାତ୍ରୀମାନେ କାମ କରିବେ। ଉଭୟ ସଫଟଓୟାର ଓ ହାର୍ଡଓୟାର ହାକାଥନ ଲାଗି ଏହି ବିଷୟବସ୍ତୁ ଚୟନ କରାଯାଇଛି। ଅଂଶଗ୍ରହଣକାରୀମାନେ ଏହି ବିଷୟ ଉପରେ ଅଭିନବ ସମାଧାନ ବିକାଶ କରିବେ ଯାହା ସ୍ଥାୟିତ୍ୱ ବଢ଼ାଇବ ସହ ଘରେ ବ୍ୟବହାର ହେଉଥିବା ଅତ୍ୟାଶ୍ୟକ ଆପ୍ଲାଏନସେସର ଦକ୍ଷତା ବୃଦ୍ଧି କରିବ।
ଗୋଦରେଜ ଆପ୍ଲାଏନ୍ସର ବ୍ୟବସାୟ ମୁଖ୍ୟ ଏବଂ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କମଲ ନନ୍ଦୀ କହିଛନ୍ତି ଯେ, “ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍ ୨୦୨୪ ପାଇଁ ଶିକ୍ଷା ମନ୍ତ୍ରଣାଳୟ ସହ ସହଯୋଗିତା ସ୍ଥାପନ କରି ଆମେ ଆନନ୍ଦିତ। ଗୋଦରେଜ ଆପ୍ଲାଏନ୍ସରେ ଆମେ ସର୍ବଦା ସକାରାତ୍ମକ ପରିବର୍ତନ ଆଣିବା ପାଇଁ ଉଦ୍ଭାବନର ଶକ୍ତିରେ ବିଶ୍ୱାସ କରୁଛୁ । ସବୁଠାରୁ ଉଜ୍ଜ୍ୱଳ ଯୁବ ପ୍ରତିଭାମାନଙ୍କୁ ବଡ଼ ଉପକରଣରେ ସ୍ଥାୟିତ୍ୱ ବିଷୟରେ ସୃଜନଶୀଳ ଭାବରେ ଚିନ୍ତା କରିବା ପାଇଁ ଆହ୍ୱାନ ଦେଇଛୁ। ଏହା ଜରିଆରେ ଆମେ ଏକ ନୂତନ ପିଢ଼ିର ସମାଧାନକୁ ପ୍ରୋତ୍ସାହିତ କରିବାକୁ ଆଶା କରୁଛୁ ଯାହା ଏକ ଉତମ ଏବଂ ସବୁଜ ଭବିଷ୍ୟତରେ ଯୋଗଦାନ କରିପାରିବ।”
ଏଆଇସିଟିଇର ଉପାଧ୍ୟକ୍ଷ ତଥା ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ୍ ସେଲର ମୁଖ୍ୟ ନବସୃଜନ ଅଧିକାରୀ ଡକ୍ଟର ଅଭୟ ଜେରେ କହିଛନ୍ତି ଯେ, “ନବସୃଜନ ଏବଂ ଉତ୍କର୍ଷତାର ସମକକ୍ଷ ନାମ ଗୋଦରେଜ ଆପ୍ଲାଏନସେସ ସମଗ୍ର ଭାରତରେ ଉଜ୍ଜ୍ୱଳ ମନକୁ ପ୍ରେରଣା ଏବଂ ସଶକ୍ତ କରିବା ଲାଗି ଆମ ମିସନରେ ସାମିଲ ହୋଇଛି। ଗୋଦରେଜ ଆପ୍ଲାଏନସେସକୁ ବୋର୍ଡରେ ସାମିଲ କରିବା ପାଇଁ ଆମେ ଉତ୍ସାହିତ ଏବଂ ଅଭିନବତା ଏବଂ ପ୍ରଭାବର ଏକ ଯାତ୍ରା ପାଇଁ ଅପେକ୍ଷା କରୁଛୁ ଯାହା କେବଳ ଶିଳ୍ପପାଇଁ ଲାଭଦାୟକ ହେବ ନାହିଁ ବରଂ ବୃହତର ମଙ୍ଗଳରେ ମଧ୍ୟ ଯୋଗଦାନ କରିବ। ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଏବଂ ବ୍ୟବହାରିକ ପ୍ରୟୋଗ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଏବଂ ଗୋଦରେଜ ଆପ୍ଲାଏନସେସ ଭଳି ଆଗ ଧାଡ଼ି ଶିଳ୍ପ ସଂସ୍ଥା ସହାୟତାରେ ଏହି କାର୍ଯ୍ୟକ୍ରମ ସଫଳତା ଏବଂ ଉଦ୍ଭାବନର ନୂତନ ଉଚ୍ଚତାରେ ପହଞ୍ଚିବାକୁ ଯାଉଛି।”
ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ (ଏସଆଇଏଚ ) ହେଉଛି ଏକ ପ୍ରମୁଖ ଦେଶବ୍ୟାପୀ ପଦକ୍ଷେପ ଯାହା ବିଜ୍ଞାନ, ଇଞ୍ଜିନିୟରିଂ, ଡିଜାଇନ୍‌, ମ୍ୟାନେଜମେଂଟ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ସ୍ନାତକ ହାସଲ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା କେତେକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମାଧାନରେ ନିୟୋଜିତ କରିବା ପାଇଁ ପ୍ରସ୍ତୁତକରାଯାଇଛି । ନବସୃଜନ ଏବଂ ବ୍ୟବହାରିକ ସମସ୍ୟା ସମାଧାନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ କରାଯାଇଥିବା ହ୍ୟାକାଥନ ଛାତ୍ରଛାତ୍ରୀମାନଙ୍କୁ ବାସ୍ତବ ଦୁନିଆର ସମସ୍ୟାଗୁଡିକର ସୃଜନଶୀଳ ସମାଧାନ ବିକଶିତ କରିବା ଏବଂ ପ୍ରଦର୍ଶନ କରିବା ପାଇଁ ଏକ ଚମତ୍କାର ପ୍ଲାଟଫର୍ମ ପ୍ରଦାନ କରୁଛି।

Share

Leave a Reply

Your email address will not be published. Required fields are marked *

nineteen − one =