Business

ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ଲ’ ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନିଭର୍ସିଟିରେ ଜେଏସ୍‌ଡବ୍ଲୁ ଏକାଡ଼େମୀକ୍ ବ୍ଲକର ଶିଳାନ୍ୟାସନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼

ଭୁବନେଶ୍ୱର: ଭାରତରେ ଆଇନ ଶିକ୍ଷାର ପ୍ରସାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସ୍ୱରୂପ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ୍ ଲ’ ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନିଭର୍ସିଟି (ଏନଏଲଏସଆଇୟୁ) ଠାରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଜେଏସଡବ୍ଲୁ ଏକାଡ଼େମୀକ୍ ବ୍ଲକ୍‌ର ଶିଳାନ୍ୟାସ କରିଛନ୍ତି। ପ୍ରସ୍ତାବିତ ଯୋଜନା ଅନୁସାରେ ପୁରୁଣା କୋଠାକୁ ଏକ ବହୁତଳ ଢ଼ାଂଚାରେ ପରିଣତ କରି ସେଥିରେ ଅତ୍ୟାଧୁନିକ ବକ୍ତବ୍ୟ ଥିଏଟର, ସେମିନାର ରୁମ୍‌, ଫାକଲଟି କାର୍ଯ୍ୟାଳୟ ଓ ଗବେଷଣା ପାଇଁ କ୍ଷେତ୍ର ବିକାଶ କରାଯିବ। ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ଗବେଷକମାନେ ଉପକୃତ ହେବେ।
ଜେଏସ୍‌ଡବ୍ଲୁ ଗ୍ରୁପ୍ ପକ୍ଷରୁ ପ୍ରଦାନ କରାଯାଉଥିବା ଅନୁଦାନ ରାଶିରେ ଉଭୟ ଶିକ୍ଷା ବ୍ଲକ୍‌ର କାମ କରାଯିବ ଓ “ଜେଏସ୍‌ଡବ୍ଲୁ ସେଂଟର ଫର ଦି’ ଫ୍ୟୁଚର ଅଫ୍ ଲ’” ସ୍ଥାପନ କରାଯିବ। ଆଇନ କ୍ଷେତ୍ରରେ ପ୍ରଯୁକ୍ତିରେ ହେଉଥିବ ଉନ୍ନତି ଯୋଗୁଁ ସୃଷ୍ଟି ହୋଇଥିବା ସୁଯୋଗ ଓ ଆହ୍ୱାନ ଉପରେ ତାହା ଗବେଷଣା କରିବ। ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଡିଜିଟାଲ ଗୋପନୀୟତା, ଅଟୋମେସନ ଓ ଏହି ପ୍ରଯୁକ୍ତିଗୁଡ଼ିକର ନୈତିକ ବ୍ୟବହାର ଭଳି ବିଷୟ ଉପରେ ଏହି କେନ୍ଦ୍ର ଗବେଷଣା କରିବ। ଶିକ୍ଷାନୁଷ୍ଠାନ, ସରକାରୀ ସଂସ୍ଥା,ନିୟାମକ ସଂସ୍ଥା ଓ ଘରୋଇ କ୍ଷେତ୍ର ସହ ସହଯୋଗିତାକୁ ଏହି କେନ୍ଦ୍ର ସୁଦୃଢ଼ କରିବ।
ଏହି ଅବସରରେ ଭାରତର ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ, ଭାରତୀୟ ବାର କାଉନସିଲର ଅଧ୍ୟକ୍ଷ ମନନ କୁମାର ମିଶ୍ର, ଜେଏସଡବ୍ଲୁ ଫାଉଣ୍ଡେସନର ଅଧ୍ୟକ୍ଷା ସଙ୍ଗିତା ଜିନ୍ଦଲ, ଜେଏସଡବ୍ଲୁ ସିମେଂଟ ଓ ଜେଏସଡବ୍ଲୁ ପେଂଟ୍‌ସର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ ଉପସ୍ଥିତ ଥିଲେ
ଜେଏସଡବ୍ଲ୍ୟୁ ଗ୍ରୁପର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ କହିଛନ୍ତି ଯେ, “ଜେଏସଡବ୍ଲୁରେ ଆମେ ଶିକ୍ଷାର ପରିବର୍ତନଶୀଳ ଶକ୍ତିରେ ବିଶ୍ୱାସ କରୁ । ଏକାଡେମିକ୍ ବ୍ଲକ୍ ର ବିକାଶ ଏବଂ “ଜେଏସ୍ ଡବ୍ଲ୍ୟୁ ସେଂଟର ଫର୍ ଦି’ ଫ୍ୟୁଚର ଅଫ୍ ଲ’” ପ୍ରତିଷ୍ଠା କେବଳ ଭିତିିଭୂମି ବିଷୟରେ ନୁହେଁ, ବରଂ ଆଇନ ଏବଂ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ଗତିରେ ପରିବର୍ତିତ ଦୃଶ୍ୟପଟରେ ଆଗକୁ ବଢ଼ିବା ପରବର୍ତୀ ପିଢ଼ିର ଆଇନ ପେସାଦାରମାନଙ୍କୁ ପ୍ରସ୍ତୁତ କରିବ। ଏହି ସହଯୋଗିତା ରାଷ୍ଟ୍ର ନିର୍ମାଣରେ ସ୍ଥାୟୀ ପ୍ରଭାବ ପକାଇଥିବା ପଦକ୍ଷେପଗୁଡ଼ିକୁ ସହଯୋଗ କରିବାର ଆମ ଦୃଷ୍ଟିକୋଣ ସହିତ ଯୋଡ଼ି ହୋଇଛି।’’
ଜେଏସଡବ୍ଲ୍ୟୁ ଫାଉଣ୍ଡେସନର ଅଧ୍ୟକ୍ଷା ସଙ୍ଗୀତା ଜିନ୍ଦଲ କହିଛନ୍ତି ଯେ, “ଏନଏଲଏସଆଇୟୁର ଭିତିୂମିରେ ଆମର ନିବେଶର ଉଦ୍ଦେଶ୍ୟ ହେଉଛି ଏପରି ଏକ ପରିବେଶ ସୃଷ୍ଟି କରିବା ଯେଉଁଠାରେ ଛାତ୍ରଛାତ୍ରୀମାନେ କେବଳ ଶୈକ୍ଷିକ ଜ୍ଞାନରେ ନୁହେଁ ବରଂ ସାମାଜିକ ଆହ୍ୱାନର ମୁକାବିଲା କରିବା ପାଇଁ ସଶକ୍ତ ହେବେ। ଆମେ ବିଶ୍ୱାସ କରୁ ଯେ, ଭାରତରେ ଆଇନର ଭବିଷ୍ୟତ ସେହି ପେସାଦାରମାନଙ୍କ ଦ୍ୱାରା ଗଢ଼ି ଉଠିବ ଯେଉଁମାନେ ନ୍ୟାୟ ଏବଂ ସମାନତାର ନୀତିକୁ ବଜାୟ ରଖି ନୂତନ ଜ୍ଞାନକୌଶଳ ସହିତ ଜଡ଼ିତ ହେବାକୁ ପ୍ରସ୍ତୁତ ଅଛନ୍ତି। ଜେଏସଡବ୍ଲ୍ୟୁ ଶିକ୍ଷା୍ ବ୍ଲକ୍ ଏବଂ “ସେଂଟର ଫର୍ ଦି’ ଫ୍ୟୁଚର ଅଫ୍ ଲ’” ଏହି ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।”
ଜେଏସ୍‌ଡବ୍ଲ୍ୟୁ ସିମେଂଟ୍ ଏବଂ ଜେଏସ୍‌ଡବ୍ଲ୍ୟୁ ପେଂଟ୍‌ସର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ କହିଛନ୍ତି ଯେ, “ପ୍ରଯୁକ୍ତି ଦ୍ରୁତ ଗତିରେ ଆଇନଗତ ଦୃଶ୍ୟପଟ୍ଟକୁ ଚୁକ୍ତିଭିତିକ ବିଶ୍ଳେଷଣ ପାଇଁ ଏଆଇ ଉପକରଣଠାରୁ ଆରମ୍ଭ କରି ମାମଲାରେ ଅଟୋମେସନ୍‌କୁ ପରିବର୍ତନ କରୁଛି। “ଜେଏସଡବ୍ଲ୍ୟୁ ସେଂଟର ଫର ଦି’ ଫ୍ୟୁଚର ଅଫ୍ ଲ’” ଏନଏଲଏସଆଇୟୁକୁ ଏହି ଉଦ୍ଭାବନଗୁଡ଼ିକ ମଧ୍ୟରେ ଅଗ୍ରଣୀ ରହିବାରେ ସକ୍ଷମ କରିବ। ଭବିଷ୍ୟତର ଆଇନ ପେସାଦାରମାନେ ଏହି ଜ୍ଞାନକୌଶଳ ସହିତ ଜଡ଼ିତ ହେବା ଏବଂ ଏହାର ପରିଚାଳନା କରିବେ ତାହା ସୁନିଶ୍ଚିତ କରିବ। ଏନଏଲଏସଆଇୟୁ ସହିତ ଆମର ଭାଗିଦାରୀ ବିଶ୍ୱସ୍ତରୀୟ ଶିକ୍ଷା ସୁଯୋଗ ସୃଷ୍ଟି କରିବା ପାଇଁ ଜେଏସଡବ୍ଲ୍ୟୁର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ଯାହା ଭବିଷ୍ୟତପିଢ଼ିର ଆଇନ ପେସାଦାରମାନଙ୍କୁ ସଶକ୍ତ କରିବ।”

Share

Leave a Reply

Your email address will not be published. Required fields are marked *

eighteen + 6 =