Business

ଅଶୋକ ଲେଲ୍ୟାଣ୍ଡ ପକ୍ଷରୁ ଭୁବନେଶ୍ୱରରେ “ମିନି ଏକ୍ସପେ” ଆୟୋଜିତ, ଉନ୍ନତ ଏମ୍‌ଏଚ୍‌ସିଭି ପ୍ରଦର୍ଶିତ

ଭୁବନେଶ୍ୱର: ହିନ୍ଦୁଜା ଗ୍ରୁପ୍‌ର ପ୍ରମୁଖ କମ୍ପାନି ଅଶୋକ ଲେଲ୍ୟାଣ୍ଡ ପକ୍ଷରୁ ଭୁବନେଶ୍ୱରରେ “ମିନି ଏକ୍ସପୋ” ଆୟୋଜନ କରାଯିବା ସହ କମ୍ପାନିର ଉନ୍ନତ ମଧ୍ୟମ ଓ ଭାରି ବାଣିଜ୍ୟିକ ଯାନ (ଏମ୍‌ଏଚ୍‌ସିଭି)କୁ ପ୍ରଦର୍ଶିତ କରାଯାଇଛି। ଭୁବନେଶ୍ୱର ସମେତ ଭାରତର ୧୧ଟି ସ୍ୱତନ୍ତ୍ର ସ୍ଥାନକୁ ଏହି ଏକ୍ସପୋ ପାଇଁ ଚୟନ କରାଯାଇଛି ଯାହା ନବସୃଜନ ଓ ଗ୍ରାହକ ସଂପୃକ୍ତି ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ଦର୍ଶାଉଛି। ବରମୁଣ୍ଡା ପଡ଼ିଆରେ ଏହି ଏକ୍ସପୋ ଆୟୋଜନ କରାଯାଇଛି ଯାହା ସେପ୍ଟେମ୍ବର ୧୩-୧୪ ପର୍ଯ୍ୟନ୍ତ ଚାଲିବ।
ଏହି ଏକ୍ସପୋରେ ଦୁଇଟି ସମାନ୍ତରାଳ ସର୍କିଟ୍ ରହିଛି ଯାହା ଅଶୋକ ଲେଲ୍ୟାଣ୍ଡର ପ୍ରଯୁକ୍ତିକୁ ଗ୍ରାହକ ଓ ଉତ୍ସାହୀଙ୍କୁ ନିକଟତର କରିଛି। ସର୍କିଟ୍ -୧, ଦିଲ୍ଲୀରୁ ଆରମ୍ଭ ହୋଇ ରାୟପୁର ଦେଇ ଏବେ ଭୁବନେଶ୍ୱରରେ ପହଂଚିଛି।
ଭୁବନେଶ୍ୱର ଏକ୍ସପୋରେ ଅଶୋକ ଲେଲ୍ୟାଣ୍ଡ ପକ୍ଷରୁ ଏଭିଟିଆର ୫୫୨୫ଏଏନ୍ ୪ଏକ୍ସ୨ ଏସି, ଏଭିଟିଆର ୪୮୨୫ ଏଚଏନ ଏସି, ଏଭିଟିଆର ୪୮୨୫ ଟିଏନ ଏଚଡି ଏସି, ଏଭିଟିଆର ୩୫୩୨ ଟିଏନ ୮ଏକ୍ସ୪, ଏଭିଟିଆର ୨୮୨୫ ଟିଏନ ଏଚଆର ୧୬ ସିୟୁଏମ ବକ୍ସ, ଏଭିଟିଆର ୨୮୨୫ଆରଏନ ବିଜିଏସ ଏସି ୯ ତଥା ଇଡ଼ିପିଟିଓ ଟ୍ରାଞ୍ଜିଟ ମିକ୍ସଚର; ବସ ୧୯୧୫ ୨୨ ଫୁଟ, ଓୟଷ୍ଟର -୬ ସ୍କୁଲ ବସ (୫୩ ସିଟ୍‌), ଓୟଷ୍ଟର -୬ ଷ୍ଟାଫ୍ (୪୦ ସିଟ୍‌), ୧୫ ଏମ ବସ୍ ଚେଚିସ୍ ଓ ଏଭିଟିଆର ୫୫ଟି ଇଭିକୁ ପ୍ରଦର୍ଶନ କରାଯାଇଛି

ଅଶୋକ ଲେଲ୍ୟାଣ୍ଡର ସଭାପତି-ଏମଏଚସିଭି ଶ୍ରୀ ସଂଜୀବ କୁମାର କହିଛନ୍ତି ଯେ, “ବାଣିଜ୍ୟ ଯାନ ବଗରେ ଆଗେ ଅଗ୍ରଣୀ ଭାବେ ଆଗକୁ ବଢ଼ୁଥିବା ବେଳେ ଭୁବନେଶ୍ୱରରେ ଆମର ମିନି ଏକ୍ସପୋ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ। ଓଡ଼ିଶା ଓ ପୂର୍ବ ଭାରତ ଆମ ପାଇଁ ଏକ ପ୍ରମୁଖ ବଜାର। ଏହି ଅଂଚଳରେ ଥିବା ସମ୍ଭାବନାକୁ ଆମେ ଭଲ ଭାବେ ବୁଝିଛୁ ଏବଂ ଏହି ଅଂଚଳରେ ଆଗକୁ ଥିବା ସୁଯୋଗକୁ ନେଇ ଆମେ ବେଶ୍ ଉତ୍ସାହିତ। ଏହି ଏକ୍ସପୋ ହେଉଛି ଭବିଷ୍ୟତର ଗମନାଗମନକୁ ଆଗକୁ ବଢ଼ାଇବା ଲାଗି ଆମ କ୍ଷମତାକୁ ଅନୁଭବ କରିବା ଲାଗି ଗ୍ରାହକମାନଙ୍କ ନିମନ୍ତେ ଏକ ସୁଯୋଗ। ଆମର ବିଶ୍ୱାସ ରହିଛି ଯେ ଆମ ଗାଡ଼ିଗୁଡ଼ିକ ଆମ ବ୍ୟାପକ ବଜାର ପରବର୍ତୀ ସମାଧାନ ସହିତ ଆମ ଗ୍ରାହକଙ୍କୁ ବ୍ୟାପକ ପରିବହନ ସମାଧାନ ପ୍ରଦାନ କରିବା ଲାଗି ଆମ ପ୍ରତିବଦ୍ଧତାର ପ୍ରଦର୍ଶନ। ଭୁବନେଶ୍ୱରରେ ଆମ ଗ୍ରାହକ ଓ ଅଂଶୀଦାରମାନଙ୍କ ସହ ଯୋଡ଼ି ହେବାକୁ ଆମେ ଚାହିରହିଛୁ।”
ଭୁବନେଶ୍ୱରରେ ଆୟୋଜିତ ମିନି ଏକ୍ସପୋରେ ଅଶୋକ ଲେଲ୍ୟାଣ୍ଡ ପକ୍ଷରୁ ଉନ୍ନତ ଏମଏଚସିସି ଉତ୍ପାଦ ଓ ଯାନ ପ୍ରଦର୍ଶନ କରାଯାଇଛି ଯାହା ଶିଳ୍ପ କର୍ମକର୍ତ୍ତା, ଉତ୍ସାହୀ ଓ ଅଂଶୀଦାରମାନଙ୍କ ଲାଗି ଏକ ପ୍ରମୁଖ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଏହି ଦୁଇଦିନିଆ ଏକ୍ସପୋରେ ପରିଦର୍ଶନକାରୀମାନେ ଅଶୋକ ଲେଲ୍ୟାଣ୍ଡର ନୂଆ ଗାଡ଼ି ସମେତ ଏହାର ବ୍ୟାପକ ସର୍ଭିସ ଓ ସମାଧାନର ଅନୁଭବ ହାସଲ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

fourteen + thirteen =