Uncategorized

ମାଲେସିଆରେ ହେବାକୁ ଥିବା ୨୦୨୪ ଏଫଆଇଏମ ଏସିଆ ରୋଡ ରେସିଂ ଚାମ୍ପିଅନସିପ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ରାଇଡର ପ୍ରସ୍ତୁତ

ଭୁବନେଶ୍ୱର: ଆଗାମୀ ସପ୍ତାହନ୍ତରେ ମାଲେସିଆର ସେପାଙ୍ଗ ଇଂଟରନ୍ୟାସନାଲ ସର୍କିଟରେ ଅନୁଷ୍ଠିତ ହେବାକୁ ଯାଉଛି ୨୦୨୪ ଏଫଆଇଏମ ଏସିଆ ରୋଡ ରେସିଂ ଚାମ୍ପିଅନସିପ (ଏଆରଆରସି)ର ଶେଷ ପୂର୍ବ ରାଉଣ୍ଡ। ସେଥିରେ ନିଜର କୌଶଳ ପ୍ରଦର୍ଶନ କରିବା ଲାଗି ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମର ଚାଳକମାନେ ପ୍ରସ୍ତୁତ ରହିଛନ୍ତି।
ଏଆରଆରସି ୨୦୨୪ କ୍ୟାଲେଣ୍ଡରରେ ସବୁଠୁ ଆହ୍ୱାନପୂର୍ଣ୍ଣ ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସର୍କିଟରେ ନିଜର ଶକ୍ତି ପ୍ରଦର୍ଶନ କରିବା ଲାଗି ହୋଣ୍ଡାର ଚାଳକମାନଙ୍କ ଲାଗି ଟୁର୍ଣ୍ଣାମେଂଟର ଏହ ପଂଚମ ରାଉଣ୍ଡ ଶ୍ରେଷ୍ଠ ସୁଯୋଗ ଆଣିଛି। ଇଣ୍ଡୋନେସିଆରେ ଚତୁର୍ଥ ରାଉଣ୍ଡ ଶେଷ ହୋଇଥିବା ବେଳେ ଯୁବ ରାଇଡର କେଭିନ କ୍ୱିଂଟାଲ ଓ ମୋହସିନ ପରମବାନ ଯଥାକ୍ରମେ ୧୮ତମ ଓ ୨୩ତମ ସ୍ଥାନରେ ରହିଥିଲେ। ସେମାନେ ଯେଭଳି ନିଜର ପରିସୀମା ବଢ଼ାଇପାରିବେ ଏବଂ ଅଧିକ ପଏଂଟ ହାସଲ କରିପାରିବେ, ସେଥିପାଇଁ ଟିମର ରଣନୀତିକୁ ଶାଣିତ କରାଯାଇଛି।
ଏହି ଋତୁରେ ମୋଟ ୧୨ ପଏଂଟ ସହିତ ହୋଣ୍ଡା ରେସିଂ ଇଣ୍ଡିଆ ଟିମ ଏସିଆ ପ୍ରଡକ୍ଟସନ ୨୫୦ ସିସି ବର୍ଗର ଶେଷ ଦୁଇ ରାଉଣ୍ଡରେ ନିଜର ପ୍ରଦର୍ଶନକୁ ସର୍ବାଧିକ କରିବାକୁ ପ୍ରସ୍ତୁତ ରହିଛି।
ଏହି ଅବସରରେ କେଭିନ କ୍ୱିଂଟାଲ କହିଛନ୍ତି ଯେ, ‘ମାଲେସିଆର ସେପାଙ୍ଗ ଏଭଳି ଏକ ସର୍କିଟ ଯାହା ଚାଳକଙ୍କ ଦକ୍ଷତା ଓ ବିଶେଷତା ଭଳି ପ୍ରତିଟି ଦିଗର ପରୀକ୍ଷା ନେଇଥାଏ। ଏହା ଦ୍ରୁତ ଓ ବୈଷୟିକ ହୋଇଥିବାରୁ ଚାଳକ ଓ ମେସିନ ମଧ୍ୟରେ ତାଳମେଳ ଆବଶ୍ୟକ କରେ। ଚତୁର୍ଥ ରାଉଣ୍ଡ ଆମ ଯୋଜନା ଅନୁରୂପ ହୋଇନଥିଲା। କିନ୍ତୁ ପଂଚମ ରାଉଣ୍ଡ ପାଇଁ ତାହା ମୋର ଉତ୍ସାହକୁ ବଢ଼ାଇଛି। ଦୃଢ଼ ଭାବେ ପ୍ରତ୍ୟାବର୍ତନ କରବା ଲାଗି ଆମ ପ୍ରଦର୍ଶନର ପ୍ରତିଟି ଦିଗକୁ ଆମେ ଅନୁଶୀଳନ କରିବା ଉପରେ କଠିନ ପରିଶ୍ରମ କରୁଛୁ। ହୋଣ୍ଡା ଟିମର ସମର୍ଥନ ଆମକୁ ଆଗକୁ ବଢ଼ାଉଛି।’’
ପଂଚମ ରାଉଣ୍ଡ ସମ୍ପର୍କରେ ମୋହସିନ ପରମବାନ କହିଛନ୍ତି ଯେ, ‘ଚତୁର୍ଥ ରାଉଣ୍ଡ ଏକ କଠିନ ରେସ ଥିଲା ଓ ମୁଁ ୨୩ତମ ସ୍ଥାନରେ ରେସ ଶେଷ କରିଥିଲି, ଯାହା ମୁଁ କେବେବି ଚାହୁନଥିଲି। କିନ୍ତୁ ଏଭଳି ଝଟକା ରେସିଂର ଏକ ଅଂଶ ଯାହା ଆମକୁ ମୂଲ୍ୟବାନ ଶିକ୍ଷା ଦେଇଛି। ସେପାଙ୍ଗ ଇଂଟରନ୍ୟାସନାଲ ସର୍କିଟ ଏହାର ଲମ୍ବା ରାସ୍ତା ଓ ତୀଖ କୋଣ ପାଇଁ ପରିଚିତ ଏବଂ ସେହି ଆହ୍ୱାନକୁ ଅତିକ୍ରମ କରିବା ଲାଗି ମୁଁ ମୋ ପଦ୍ଧତିକୁ ରୁଦ୍ଧିମନ୍ତ କରିବା ଉପରେ ଧ୍ୟାନ ଦେଉଛି। ମୁଁ

ଉଭୟ ଶାରିରୀକ ଓ ମାନସିକ ସ୍ତରରେ ଅଧିକ ପ୍ରସ୍ତୁତ ଥିବା ମନେ କରୁଛି। ଟିମରୁ ବେଶ ସମର୍ଥନ ମିଳୁଛି ଓ ଶେଷ ଦୁଇ ରାଉଣ୍ଡରେ ସୁଯୋଗର ଭରପୁର ସଦୁପଯୋଗ କରିବାକୁ ମୁଁ ସଂକଳ୍ପବଦ୍ଧ ରହିଛି।’’
ଏଆରଆରସି ୨୦୨୪ ଋତୁରେ ୬ଟି ରାଉଣ୍ଡ ରହିଛି। ୨୦୨୪ ମାର୍ଚ୍ଚ ୧୫-୧୭ ସେପାଙ୍ଗ ଇଂଟରନ୍ୟାସନାଲ ସର୍କିଟରେ ଏହାର ଉଦଘାଟନୀ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। ଏହାପରେ ଥାଇଲ୍ୟାଣ୍ଡର ଚାଙ୍ଗ ଇଂଟରନ୍ୟାସନାଲ ସର୍କିଟ, ଚୀନର ଝୁହାଇ ଇଂଟରନ୍ୟାସନାଲ ସର୍କିଟ, ଜାପାନର ମୋବିଲିଟି ରିସୋର୍ଟ ମୋଟେଗି, ଇଣ୍ଡୋନେସିଆର ପେର୍ଟାମିନା ମେଣ୍ଡାଲିକା ଇଂଟରନ୍ୟାସନାଲ୍ ସର୍କିଟରେ ପରବର୍ତୀ ପର୍ଯ୍ୟାୟଗୁଡ଼ିକ ଅନୁଷ୍ଠିତ ହୋଇଥିଲା। ପଂଚମ ରାଉଣ୍ଡ ମାଲେସିଆରେ ହେବାକୁ ଯାଉଥିବା ବେଳେ ଡିସେମ୍ବରରେ ଷଷ୍ଠ ରାଉଣ୍ଡ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବ।

Share

Leave a Reply

Your email address will not be published. Required fields are marked *

three + nineteen =