Uncategorized

ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ଚତୁର୍ଥ ପର୍ଯ୍ୟାୟ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକମାନେ ପ୍ରସ୍ତୁତ

ଭୁବନେଶ୍ୱର: ଚଳିତ ସପ୍ତାହାନ୍ତରେ ମାଡ୍ରାସ୍ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ୨୦୨୪ ସିଜନର ଚତୁର୍ଥ ପର୍ଯ୍ୟାୟ ରେସ୍ ଅନୁଷ୍ଠିତ ହେବାକୁ ଯାଉଛି। ତୃତୀୟ ପର୍ଯ୍ୟାୟ ରେସ୍‌ରେ ରାଇଡର୍‌ଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ଏହି ପ୍ରତିଯୋଗିତା ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଯୁବ ରାଇଡର୍‌ମାନେ ରେସ୍ ଟ୍ରାକ୍‌ରେ ସେମାନଙ୍କ ଦକ୍ଷତା ଓ ନିଷ୍ଠା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ରହିଛନ୍ତି।
ପୂର୍ବ ପର୍ଯ୍ୟାୟ ରେସ୍‌ଗୁଡ଼ିକରେ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ଓପନ୍ କ୍ଲାସ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ରେସ୍‌-୨ରେ ରାଇଡର୍ ସିଦ୍ଦେଶ ସାୱନ୍ତ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସେ ରେସ୍ ଉପରେ ନିୟନ୍ତ୍ରଣ ଓ ସ୍ଥିରତା ବଜାୟ ରଖିଛନ୍ତି। ଦ୍ୱିତୀୟରେ ରହିଥିଲେ ସାବିଆନ୍ ସାବୁ ବେଳେ ତୃତୀୟ ସ୍ଥାନରେ ରହିଥିଲେ ବିଦାନି ରାଜିନ୍ଦର।
ଚେନ୍ନାଇରେ ହେବାକୁ ଥିବା ଆଗାମୀ ରେସ୍‌ରେ ଆକର୍ଷଣୀୟ ରୋମାଂଚ ଦେଖିବାକୁ ମିଳିବ। ସେଥିରେ ୧୧ ଜଣ ଯୁବ ରାଇଡର୍ ଅଂଶଗ୍ରହଣ କରି ସେମାନଙ୍କ ମୋଟୋ ୩ ରେସ୍ ମେସିନ୍ ଜରିଆରେ ରେସ୍ କରିବେ। ସେଥିରେ ହୋଣ୍ଡା ରେସିଂ ଇଣ୍ଡିଆର ଜଣେ ମହିଳା ରାଇଡର୍ ଜଗତଶ୍ରୀ କୁମାରେସନ ରହିଛନ୍ତି।
ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ହେଉଛି ଏକ ସମ୍ମାନଜନକ ପ୍ଲାଟଫର୍ମ ଯାହାକୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଚାମ୍ପିଅନ୍‌ସିପ୍ ପାଇଁ ପରବର୍ତୀ ପିଢ଼ିର ଚାଳକ ବିକାଶ ଓ ସମୃଦ୍ଧ କରିବାକୁ ପ୍ରସ୍ତୁତ କରାଯାଇଛି। ରେସିଂର ବିଭିନ୍ନ ସ୍ତର ଅତିକ୍ରମ କରିବା ଲାଗି ଯୁବ ରାଇଡରମାନଙ୍କ ନିମନ୍ତେ ଏକ ସୋପାନ ଭାବେ ଏହାକୁ ବିକାଶ କରାଯାଇଛି। ଏହି ଚାମ୍ପିଅନ୍‌ସିପ୍‌ରେ ରାଇଡର୍‌ମାନେ ହୋଣ୍ଡା ଏନ୍‌ଏସ୍‌ଏଫ୍‌୨୫୦ଆର୍ ମେସିନ୍‌କୁ ବ୍ୟବହାର କରୁଛନ୍ତି ଯାହାକୁ ମୋଟୋ ୩ ରେସିଂ ପାଇଁ ବିକାଶ କରାଯାଇଛି। ଏହି ଚାମ୍ପିଅନ୍‌ସିପ୍‌ର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ପ୍ରତିଭାବାନ ରାଇଡର୍‌ମାନଙ୍କୁ ଚିହ୍ନଟ କରିବା ଓ ତାଲିମ ଦେଇ ସେମାନଙ୍କୁ ସମୃଦ୍ଧ କରିବା। ଏହା ଜରିଆରେ ଭାରତୀୟ ରାଇଡର୍‌ମାନେ ପ୍ରଫେସନାଲ୍ ମୋଟର ରେସିଂ ଦୁନିଆରେ ପ୍ରବେଶ କରିପାରୁଛନ୍ତି।
ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ରେ ପାଂଚଟି ରାଉଣ୍ଡ ରହିଛି ଯାହାର ପ୍ରଥମ ରାଉଣ୍ଡ ୨୦୨୪ ଜୁନ୍ ୧୪-୧୬ ପର୍ଯ୍ୟନ୍ତ ମାଡ୍ରାସ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ହୋଇଥିଲା। ଚତୁର୍ଥ ରାଉଣ୍ଡ ୨୦୨୪ ସେପ୍ଟେମ୍ବର ସେହି ରାଉଣ୍ଡରେ ଅନୁଷ୍ଠିତ ହେବ। ପଂଚମ ରାଉଣ୍ଡକୁ ସମାନ ଟ୍ରାକ୍‌ରେ ଅକ୍ଟୋବରରେ ଆୟୋଜନ କରାଯିବ।

Share

Leave a Reply

Your email address will not be published. Required fields are marked *

4 × five =