Businessଜାତୀୟ

ଟେକ୍ ଚ୍ୟାଲେଞ୍ଜରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି କେଏଲ୍ଏଚ୍ ଇସିଇ ଛାତ୍ରଛାତ୍ରୀ

ଭୁବନେଶ୍ୱର, ଅଗଷ୍ଟ ୨୦୨୪: କେଏଲ୍ଏଚ୍ ଅଜିଜ୍ ନଗର କ୍ୟାମ୍ପସ୍ ଏହା ଘୋଷଣା କରି ଉତ୍ସାହିତ ଯେ, ଏହାର ବି.ଟେକ ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେଶନ୍ସ ଇଞ୍ଜିନିୟରିଂ (ଇସିଇ)ର ଛାତ୍ରଛାତ୍ରୀଙ୍କ ଏକ ଟିମ୍ ଏଆଇଏମ୍ ଏନ୍ଏକ୍ସପି ୨୦୨୪ ଚ୍ୟାଲେଞ୍ଜର ଗ୍ରାଣ୍ଡ୍ ଫିନାଲେ ପାଇଁ ମନୋନିତ ହୋଇଛି । ହାଇଦ୍ରାବାଦ ଅଂଚଳରେ ପ୍ରତିଯୋଗିତା କରିଥିବା ୨୩ଟି ଟିମ୍ ମଧ୍ୟରୁ ଏହି ଟିମ୍ ଶୀର୍ଷ ୪ଟି ଟିମ୍ ମଧ୍ୟରେ ସ୍ଥାନ ପାଇଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରିଛି । ଟିମ୍ ସଦସ୍ୟ ଲକ୍ଷ୍ମୀ କୋର୍ଟି, ମେଘନା ଓ ନୌସିନ୍ ଏଠାରେ ଚମତ୍କାର କୌଶଳ ଓ ଇନୋଭେସନ ଉପସ୍ଥାପନ କରିଛନ୍ତି ।

ଏଆଇଏମ୍ ଏନ୍ଏକ୍ସପି ୨୦୨୪ ଚ୍ୟାଲେଞ୍ଜ ହେଉଛି ଏକ ଜାତୀୟ ପ୍ରତିଯୋଗିତା ଯାହା ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଅଟୋନୋମସ ଡ୍ରାଇଭିଂ ଆଲ୍ଗୋରିଦମ୍ର ବିକାଶ ସହ ଜଡିତ ଆହ୍ୱାନଗୁଡିକ ଉପରେ ଆଧାରିତ ପ୍ରକଳ୍ପ ମାଧ୍ୟମରେ ଏଆଇ, ମୋବିଲିଟି ଓ ରୋବୋଟିକ୍ସ ସହ ନିୟୋଜିତ କରିଥାଏ । ବିଆଇଟିଏସ୍ ହାଇଦ୍ରାବାଦରେ ଆୟୋଜିତ ରିଜିଓନାଲ ଫିନାଲେରେ ଏହି କେଏଲ୍ଏଚ୍ ଟିମ୍ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ଯେଉଁଥିରେ ଏକ କାଳ୍ପନିକ ପରିବେଶରେ ଆଡ୍ଭାନ୍ସଡ ସେନ୍ସର ଓ ଏଆଇ ଆଲ୍ଗୋରିଦମଗୁଡିକର ବ୍ୟବହାର କରି ଏକ ଅଟୋନୋମସ ଡ୍ରାଇଭିଂ ମଡେଲ୍କୁ ପରିଚାଳନା କରିବା ଅନ୍ତର୍ଭୁକ୍ତ ଥିଲା । ଏହି ପ୍ରୟାସ ସେମାନଙ୍କୁ ଗ୍ରାଣ୍ଡ ଫିନାଲେରେ ଏକ ସ୍ଥାନ ପ୍ରଦାନ କରିଛି ଏବଂ ସଠିକତା ସହ ଜଟିଳ ଟେକ୍ନୋଲୋଜି କାର୍ଯ୍ୟଗୁଡିକୁ ନିୟନ୍ତ୍ରଣ କରିବାରେ ସେମାନଙ୍କର କ୍ଷମତାକୁ ଆଲୋକପାତ କରିଛି ।

ବ୍ରେନିବଟ୍ସ ନାମକ ଏହି କେଏଲ୍ଏଚ୍ ଟିମ୍ ବର୍ତମାନ ଗ୍ରାଣ୍ଡ ଫିନାଲେ ଆଡକୁ ଅଗ୍ରସର ହେଉଛି । ସେମାନେ ଜାତୀୟ ସ୍ତରରେ ଫାଇନାଲ ପାଇଁ ପ୍ରସ୍ତୁତ ହେଉଥିବାରୁ ଏହି ଟିମ୍ ଏନ୍ଏକ୍ସପିଠାରୁ ଏମ୍ଆର୍-ବଗି କିଟ୍ ହାସଲ କରିବ, ଯାହା ସେମାନଙ୍କୁ ପ୍ରକୃତ ଫିଜିକାଲ ଟ୍ରାକ୍ରେ ନିଜର ଆଲ୍ଗୋରିଦମ୍ଗୁଡିକୁ ପରୀକ୍ଷଣ କରିବାର ଅନୁମତି ଦେବ । ଏହି ଅଗ୍ରଗତି ସମ୍ଭାବ୍ୟ ପରବର୍ତୀ ସଫଳତା ପାଇଁ ମଂଚ ପ୍ରସ୍ତୁତ କରିଛି ।

ଏହି ସଫଳତା ଉପରେ ନିଜର ବିଚାର ବ୍ୟକ୍ତ କରି କେଏଲ୍ଏଚ୍ ଡିମ୍ଡ ଟୁ ବି ୟୁନିଭର୍ସିଟିର ଭାଇସ ଚାନ୍ସେଲର ଡଃ ଜି.ପର୍ଧା ସାରଧି ବର୍ମା କହିଛନ୍ତି, “ଆମର ଛାତ୍ରଛାତ୍ରୀଙ୍କ ପ୍ରଗତିଶୀଳ ସଫଳତା, ଉଦ୍ଭାବନ ଓ ଉତ୍କର୍ଷତାର ଉତ୍ସାହକୁ ସୂଚିତ କରୁଛି ଯାହାକୁ ୟୁନିଭର୍ସିଟିରେ ଆମେ ବିକଶିତ କରିଥାଉ । ଶ୍ରେଣୀଗୃହ ଶିକ୍ଷାରୁ ଆରମ୍ଭ କରି ଏକ ଜାତୀୟ ମଂଚରେ ପ୍ରତିଯୋଗିତା କରିବା ପର୍ଯ୍ୟନ୍ତ ସେମାନଙ୍କର ଯାତ୍ରା ,ଆମର ୟୁନିଭର୍ସିଟିରେ ଦିଆଯାଉଥିବା ଶିକ୍ଷା ଓ ମାର୍ଗଦର୍ଶନର କ୍ଷମତାକୁ ଦର୍ଶାଉଛି ।” ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ ନିରନ୍ତର ଭାବେ ବ୍ୟାପକ ପ୍ରଶିକ୍ଷଣରେ ନିୟୋଜିତ ହେଉଛନ୍ତି ଯାହା ଏକ ଅଟୋନୋମସ କାର୍ ମଡେଲର ଡିଜାଇନ ଓ ବିକାଶକୁ ଅନୁସରଣ କରି ସିମୁଲେଶନ ଟୁଲ୍, ଏଆଇ/ଏମ୍ଏଲ ଟେକ୍ନିକ ଓ ଅଟୋନୋମସ ଡ୍ରାଇଭିଂ କନ୍ସେପ୍ଟକୁ କଭର କରୁଛି ।

କେଏଲ୍ଏଚ୍ରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନ୍ସ ଇଞ୍ଜିନିୟରିଂ (ଇସିଇ) ଡିପାର୍ଟମେଂଟ ଭିଏଲ୍ଏସ୍ଆଇ, ଏମ୍ବେଡେଡ ସିଷ୍ଟମ, ରୋବୋଟିକ୍ସ ଓ ଆଇଓଟି ସମେତ ଏକ ବିସ୍ତୃତ ରେଞ୍ଜର ସବ୍ଫିଲ୍ଡ ଉପରେ ଗୁରୁତ୍ୱ ଦେଉଛି । ଏହା ଇଲେକ୍ଟ୍ରିକାଲ ଡିଭାଇସ୍ ଓ ସିଷ୍ଟମଗୁଡିକର ଡିଜାଇନିଙ୍ଗ୍ ଓ ଫାବ୍ରିକେଟିଙ୍ଗ ପାଇଁ ସିମୁଲେଶନ ଟୁଲ୍ ଓ ଆଲ୍ଗୋରିଦମ ମାଧ୍ୟମରେ ବ୍ୟବହାରିକ ଦକ୍ଷତା ବିକାଶକୁ ମହତ୍ୱ ଦେଉଛି । ପ୍ରିନ୍ସିପାଲ ଡଃ ଏ ରାମାକ୍ରିଷ୍ଣା ଓ ଡିପାର୍ଟମେଂଟ୍ର ମୁଖ୍ୟ ଡଃ ଏମ୍ ଗୌଥମଙ୍କ ନେତୃତ୍ୱ ଅଧିନରେ ଡିପାର୍ଟମେଂଟ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ବିବିଧ ଇଣ୍ଡଷ୍ଟ୍ରିଆଲ ଓ ବାସ୍ତବ ଦୁନିଆ ପ୍ରୟୋଗ କ୍ଷେତ୍ରରେ ବୃତିଗତ ଉତ୍କର୍ଷତା ପାଇଁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ।

Share

Leave a Reply

Your email address will not be published. Required fields are marked *

seventeen + 4 =