Business

ଗୋଦରେଜ୍ ଇଂଟେରିଓ ପକ୍ଷରୁ ୧,୨୦,୦୦୦ ବର୍ଗଫୁଟ ସମ୍ପ୍ରସାରଣ ସହ ବଜାର ଉପସ୍ଥିତିରେ ବୃଦ୍ଧି

ଭୁବନେଶ୍ୱର: ଭାରତର ଅଗ୍ରଣୀ ହୋମ୍ ଓ ଅଫିସ ଫର୍ଣ୍ଣିଚର ବ୍ରାଣ୍ଡ୍ ଗୋଦରେଜ୍ ଇଂଟେରିଓ ଏହାର ମହତ୍ୱକାଂକ୍ଷୀ ସମ୍ପ୍ରସାରଣ ଯୋଜନା ଜରିଆରେ ଅଭିବୃଦ୍ଧି ଓ ବଜାର ଅଂଶ ଦୃଢ଼ କରିବାକୁ ପ୍ରସ୍ତୁତ ରହିଛି। କମ୍ପାନି ୧,୨୦,୦୦୦ ବର୍ଗଫୁଟ ଖୁଚୁରା ସ୍ଥାନ ସହିତ ୨୦୨୪ ଅଗଷ୍ଟ ସୁଦ୍ଧା ୧୦୦୦ ଇଂଟେରିଓ ଫର୍ଣ୍ଣିଚର ଷ୍ଟୋର୍ ଅତିକ୍ରମ କରିବାକୁ ଯୋଜନା ରଖିଛି। କମ୍ପାନି ୨୦୨୫ରେ ୧୦୪ ନୂଆ ଷ୍ଟୋର୍ ଯୋଡ଼ିବ ଯାହା ଫଳରେ ଏହା ଷ୍ଟାଇଲିସ୍‌, ଆକର୍ଷଣୀୟ ଓ ଚିନ୍ତାଶୀଳ ଭାବେ ଡିଜାଇନ୍ କରାଯାଇଥିବା ଫର୍ଣ୍ଣିଚରକୁ ଆଧୁନିକ ଭାରତୀୟ ଗୃହରେ ପହଂଚାଇପାରିବ।
ଏହି ସମ୍ପ୍ରସାରଣ ସମ୍ପର୍କରେ ଗୋଦରେଜ୍ ଇଂଟେରିଓର ବରିଷ୍ଠ ଉପସଭାପତି ଓ କଂଜ୍ୟୁମର ବ୍ୟବସାୟ (ବି୨ସି) ମୁଖ୍ୟ ଡକ୍ଟର ଦେବ ନାରାୟଣ ସରକାର କହିଛନ୍ତି ଯେ, “ବ୍ୟାପକ ରିଟେଲ୍ ସମ୍ପ୍ରସାରଣ ସହିତ ଅତ୍ୟାଧୁନିକ ନୂତନ ପ୍ରଯୁକ୍ତି ଜରିଆରେ ଗ୍ରାହକଙ୍କ ହୋମ୍ ଫର୍ଣ୍ଣିସିଂ ଅନୁଭୂତିରେ ଉନ୍ନତି ଆଣିବାକୁ ଆମେ ପ୍ରତିବଦ୍ଧ। ନିଜର ଉପସ୍ଥିତିରେ ଉଲ୍ଲେଖନୀୟ ବୃଦ୍ଧି କରି ଆମେ ଆମର ଉପସ୍ଥିତିକୁ ବଢ଼ାଇବା ସହିତ ନିଜ ଫର୍ଣ୍ଣିଚର ସହ ଭାରତୀୟମାନଙ୍କ ରହିଥିବା ଦୃଷ୍ଟିକୋଣ ବଦଳାଇବାକୁ ଚାହୁଛୁ। ଆମ ଜାତୀୟ ସ୍ତରର ଅଭିବୃଦ୍ଧି ଯୋଜନାରେ ଉତରରେ ୩୪, ପଶ୍ଚିମରେ ୨୪, ଦକ୍ଷିଣ ୧୯ ଓ ପୂର୍ବାଚଂଳରେ ୨୭ଟି ଷ୍ଟୋର୍ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଷ୍ଟୋର୍‌ଗୁଡ଼ିକ ନବସୃଜନର ହବ୍ ଭାବେ କାର୍ଯ୍ୟ କରିବା ସହ ଆକର୍ଷଣୀୟ ଓ ପ୍ରଯୁକ୍ତି ସମନ୍ୱିତ ଉତ୍ପାଦ କିଭଳି ଜୀବନଶୈଳୀରେ ଉନ୍ନତି ଓ ଆଧୁନିକ ଭାରତୀୟ ଇଂଟେରିଅରରେ ନମନୀୟତା ଆଣିବ ତାହା ଜଣାଇବ।’’
ମଡ୍ୟୁଲାର ଫର୍ଣ୍ଣିଚର ଉପରେ ଗୁରୁତ୍ୱ, ହୋମ୍‌ସ୍ପେସ୍ ଷ୍ଟଡି ଭଳି ଗ୍ରାହକ ସର୍ବେକ୍ଷଣ, ଦୃଢ଼ ଓମ୍‌ନିଚ୍ୟାନେଲ୍ ଉପସ୍ଥିତି ଓ ଭାବ ବିନିମୟ ସୋ’ରୁମ୍ ଅନୁଭୂତି ସହିତ ଏହି ବ୍ୟାପକ ସମ୍ପ୍ରସାରଣ ଗୋଦରେଜ୍ ଇଂଟେରିଓକୁ ଶିଳ୍ପରେ ଆଗରେ ରଖିବ। ଭାରତୀୟ ଆସବାବପତ୍ର ବଜାର ୨୦୨୨ରେ ୨୩.୧୨ ବିଲିଅନ ଡଲାର ଥିଲା ଯାହା ୨୦୨୬ ସୁଦ୍ଧା ୧୦.୯ ପ୍ରତିଶତ ହାରରେ ବୃଦ୍ଧି ପାଇ ୩୨.୭ ବିଲିଅନ୍ ଡଲାରରେ ପହଂଚିବ ବୋଲି ଆକଳନ କରାଯାଇଛି। ଚଳିତ ବର୍ଷ ୨୦% ଅଭିବୃ୍‌ଦ୍ଧି ପାଇଁ ଗୋଦରେଜ୍ ଇଂଟେରିଓ ଆଶା ରଖିଥିବା ବେଳେ ୨୦୨୪-୨୫ ସୁଦ୍ଧା ୨,୦୦,୦୦୦ ବର୍ଗଫୁଟ ରିଟେଲ କ୍ଷେତ୍ର ଯୋଡ଼ିବ। ଅଗଷ୍ଟ ସୁଦ୍ଧା କମ୍ପାନିର ଷ୍ଟୋର୍ ସଂଖ୍ୟା ୧୦୦୦ ଅତିକ୍ରମ କରିବ।
ଷ୍ଟୋର୍ ସମ୍ପ୍ରସାରଣ ସହିତ କମ୍ପାନି ଏହାର ଡିଜିଟାଲ୍ ଉପସ୍ଥିତି ବଢ଼ାଇବ। କମ୍ପାନିର ଇ-କମର୍ସ ପ୍ଲାଟଫର୍ମ ୧୭,୦୦୦ରୁ ଅଧିକ ପିନ୍‌ରେ ସେବା ପ୍ରଦାନ କରୁଛି। ସେଥିରେ ୩ଡି ରୁମ୍ ପ୍ଲାନର୍‌, ଭିଜୁଆଲ୍ ସର୍ଚ ଟୁଲ୍ ଭଳି ଡିଜିଟାଲ୍ ଟୁଲ୍ ରହିଛି ଯାହା ଗ୍ରାହକଙ୍କ ସପିଙ୍ଗ ଅନୁଭୂତିକୁ ବଢା଼ଇବ। ଏହି ସୁବିଧାଗୁଡ଼ିକୁ ବ୍ୟବହାର କରି ଗ୍ରାହକମାନେ ନିଜ ଘରେ ଫର୍ଣ୍ଣିଚର କିଭଳି ଦେଖାଯିବ ତାହା ଜାଣିପାରିବେ ଏବଂ ନିଜର କିଣା ପୂର୍ବ ଚିନ୍ତା ଦୂର କରିବା ସହ ସନ୍ତୁଷ୍ଟିରେ ଉନ୍ନତି ଆଣିପାରିବେ। ଗତବର୍ଷ ୪୦୦ରୁ ଅଧିକ ଉତ୍ପାଦ ଯୋଡ଼ି କମ୍ପାନି ଏହାର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିଛି।

Share

Leave a Reply

Your email address will not be published. Required fields are marked *

8 + fourteen =