Business

ଆଇସିସିଆଇ ବ୍ୟାଙ୍କ ଅକ୍ଷୟ ଶକ୍ତି ଓ ଗୋଷ୍ଠୀ ବିକାଶ କ୍ଷେତ୍ରରେ ପ୍ରୟାସକୁ ମଜବୁତ କରୁଛି

ମୁମ୍ୱାଇ: ଆଇସିଆଇସିଆଇ ବ୍ୟାଙ୍କର ସଦ୍ୟତମ ରିପୋର୍ଟରେ ଅକ୍ଷୟ ଶକ୍ତି ଓ ଗୋଷ୍ଠୀ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଦର୍ଶାଯାଇଛି। ଅକ୍ଷୟ ଶକ୍ତି ବିକାଶ, ଗ୍ରାମୀଣ ବିଦ୍ୟାଳୟରେ ସୈର ଶକ୍ତିର ସ୍ଥାପନ ତଥା ଜଳ ସଂରକ୍ଷଣ, ସାମାଜିକ ପ୍ରଭାବ ତଥା ଅଭିବୃଦ୍ଧି ଉପରେ ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି।
ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଦୀପ ବାତ୍ରା କହିଛନ୍ତି ଯେ,‘ଆଇସିଆଇସିଆଇ ବ୍ୟାଙ୍କର ପଞ୍ଚମ ବାର୍ଷିକ ପରିବେଶ, ସାମାଜିକ ଏବଂ ଗଭର୍ଣ୍ଣାସ ରିପୋର୍ଟ ଉପସ୍ଥାପନ କରିବା ଏବଂ ଏକ ସ୍ଥାୟୀ ସଂଗଠନ ଗଠନ ଦିଗରେ ଆମର ପ୍ରତିବଦ୍ଧତା ଏବଂ ସଫଳତାକୁ ଉପସ୍ତାପନ କରିବା ମୋତେ ଅତ୍ୟନ୍ତ ଆନନ୍ଦିତ କରୁଛି। ବିପଦର ସଠିକ୍ ସନ୍ତୁଳନ ଏବଂ ଅନୁପାଳନ ନୀତି ସହିତ ଗ୍ରାହକଙ୍କ ପ୍ରତି ଶ୍ୱାଛତା, ବ୍ୟାଙ୍କ ପ୍ରତି ଶ୍ୱାଛତା ଏବଂ ‘ୱାନ୍ ବ୍ୟାଙ୍କ, ୱାନ୍ ଟିମ୍‌’ର ପ୍ରମୁଖ ସିଦ୍ଧାନ୍ତ ଆମର ଦାୟିତ୍ୱପୂର୍ଣ୍ଣ ଅଭିବୃଦ୍ଧିର ରଣନୀତିକୁ କାର୍ଯ୍ୟକାରୀ କରିବାରେ ସହାୟକ ହେଉଛି।’’
ପରିବେଶ କ୍ଷେତ୍ରରେ ଆଇସିଆଇସିଆଇ ବ୍ୟାଙ୍କ ଏହାର ଅକ୍ଷୟ ଶକ୍ତି ବ୍ୟବହାର ଚାରି ଗୁଣା ବୃଦ୍ଧି କରି ୭.୫୭ କୋଟି କେଡବ୍ଲୁଏଚରେ ପହଚାଂଇଛି ଏବଂ ଗ୍ରାମୀଣ ସ୍କୁଲ ପର୍ଯ୍ୟନ୍ତ ସୌର ଶକ୍ତି ପ୍ରକଳ୍ପ ସମ୍ପ୍ରସାରଣ କରିଛି। ଏହା ୨୦୨୧-୨୨ ପରଠାରୁ ୩୧୮୦ ସ୍କୁଲରେ ୯୯୭୦ କେଡବ୍ଲୁ କ୍ଷମତା ସ୍ଥାପନ କରିଛି। ରାଜ୍ୟ ଜଙ୍ଗଲ ବିଭାଗ ସହ ସହଯୋଗିତାରେ ଆଇସିଆଇସିଆଇ ବ୍ୟାଙ୍କ ୧୯ଟି ରାଜ୍ୟର ୫୩ ଜଙ୍ଗଲ ଓ ବନ୍ୟଜନ୍ତୁ ଅଭୟାରଣ୍ୟରେ ସଂରକ୍ଷଣ ଉଦ୍ୟମ ହାତକୁ ନିଆଯାଇଥିବା ବେଳେ ୧୩ଟି ଜଙ୍ଗଲରେ ୪୧୧୫ ହେକ୍ଟର ଘାସଭୂମିଁର ସଂରକ୍ଷଣ କରାଯାଇଛି। ୨୦୩୨ ସୁଦ୍ଧା ସ୍କୋପ ୧ ଓ ସ୍ପୋପ ୨ ଏମିସନରେ ବ୍ୟାଙ୍କ କାର୍ବନ ନିଉଟ୍ରାଲ ହେବାକୁ ଯୋଜନା ରଖିଛି।
କୃଷି ଓ ଜଳ ସଂରକ୍ଷଣ କ୍ଷେତ୍ରରେ ଆଇସିଆଇସିଆଇ ବ୍ୟାଙ୍କ ୨୦୨୧ରୁ ୨୧ଟି ରାଜ୍ୟରେ ୫୦୫ରୁ ଅଧିକ ଫସଲ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିଥିବା ବେଳେ ୨୦୨୪ ଆର୍ôଥକ ବର୍ଷରେ ୧୦୪ଟି ୟୁନିଟ୍ ସ୍ଥାପନ କରିଛି। ବ୍ୟାଙ୍କର ଜଳ ସଂରକ୍ଷଣ ପଦକ୍ଷେପ ଦ୍ୱାରା ୨,୫୮୦ କୋଟି ଲିଟର ଅମଳ କ୍ଷମତା ସୃଷ୍ଟି ହୋଇଛି ଯାହା ଦ୍ୱାରା ୬,୮୦୦ ବିଦ୍ୟାଳୟ ଉପକୃତ ହୋଇଛନ୍ତି ଏବଂ ୧,୧୮୦ ଟି ଜଳାଶୟପୁନରୁଦ୍ଧାର ହୋଇଛି। ଏହାବ୍ୟତୀତ ଆଇସିଆଇସିଆଇ ବ୍ୟାଙ୍କ ୨୦୨୨ ଆର୍ôଥକ ବର୍ଷରୁ ହିମାଳୟ ଅଞ୍ଚଳରେ ୯୯ଟି ପଥଚାରୀ ସେତୁ ନିର୍ମାଣ କରିଛି, ଯାହା ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକ ସେବାଉପଲବ୍ଧତାରେ ଉନ୍ନତି ଆଣିଛି।
ଆଇସିଆଇସିଆଇ ବ୍ୟାଙ୍କ ପାଇଁ ସ୍ୱାସ୍ଥ୍ୟସେବା ଏକ ପ୍ରାଥମିକତା ହୋଇ ରହିଛି । ଆଇସିଆଇସିଆଇ ଫାଉଣ୍ଡେସନ ଜରିଆରେ ବ୍ୟାଙ୍କ କର୍କଟ ଚିକିତ୍ସା, ହୃଦରୋଗ ଚିକିତ୍ସା ଏବଂ ଜରୁରୀକାଳୀନ ସେବା କ୍ଷେତ୍ରରେ ପଦକ୍ଷେପକୁ ସମର୍ଥନ କରିଛି। ୨୦୨୪ ଆର୍ôଥକ ବର୍ଷରେ ୫୦୦ଟି ହସ୍ପିଟାଲରେ ୨.୧ ଲକ୍ଷରୁ ଅଧିକ ଲୋକ ଚିକିତ୍ସିତ ହୋଇଥିଲେ। ବ୍ୟାଙ୍କ ଟାଟା ମେମୋରିଆଲ ସେଣ୍ଟର ସହ ଭାଗିଦାରୀରେ ତିନୋଟି ନୂତନ ଅନୁଷ୍ଠାନ ସମେତ ସ୍ୱାସ୍ଥ୍ୟ ସେବା ସୁବିଧା ନିର୍ମାଣ ପାଇଁ ନିଜର ପ୍ରତିବଦ୍ଧତାକୁ ମଧ୍ୟ ଆଗକୁ ବଢ଼ାଉଛି ।
ଆଇସିଆଇସିଆଇ ବ୍ୟାଙ୍କର ଗଭର୍ଣ୍ଣାସ ଫ୍ରେମୱାର୍କ ଏହି ପଦକ୍ଷେପଗୁଡ଼ିକୁ ଉଚ୍ଚ ନୈତିକ ମାନଦଣ୍ଡ ସହିତ ଯୋଡ଼ିବା ସୁନିଶ୍ଚିତ କରୁଛି। ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ବ୍ୟାଙ୍କର ସ୍ଥାୟୀ ଆର୍ôଥକ ପୋର୍ଟଫୋଲିଓ ୬୮,୫୨୮ କୋଟି ଟଙ୍କାରେ ପହଞ୍ଚିଛି।

Share

Leave a Reply

Your email address will not be published. Required fields are marked *

5 + 4 =