Business

ବନ୍ଧନ ବ୍ୟାଙ୍କ ପକ୍ଷରୁ ଦୁଇ ନୂଆ ସେବାର ଶୁଭାରମ୍ଭ ସହ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର: ପ୍ରତିଷ୍ଠା ଦିବସ ଅବସରରେ ବନ୍ଧନ ବ୍ୟାଙ୍କ ପକ୍ଷରୁ ଦୁଇଟି ନୂଆ ସେବାର ଶୁଭାରମ୍ଭ କରାଯାଇଛି। ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସଂଚୟ ଖାତା “ଅବ୍‌ନି” ଆରମ୍ଭ କରାଯାଇଥିବା ବେଳେ ଏହାର ଏଂଟରପ୍ରାଇଜ୍ ଲୟାଲ୍‌ଟି କାର୍ଯ୍ୟକ୍ରମ “ବନ୍ଧନ ବ୍ୟାଙ୍କ ଡିଲାଇଟ୍‌” ମଧ୍ୟ ଆରମ୍ଭ କରାଯାଇଛି ଯେଉଁଥିରେ ଗ୍ରାହକମାନେ ଡିଲାଇଟ୍ ପଏଂଟ୍ ଭଳି ରିୱାର୍ଡ ପାଇପାରିବେ। ସେହି ପଏଂଟ୍‌କୁ ସେମାନେ କିଣାକିଣି ବେଳେ ବ୍ୟବହାର କରିପାରିବେ ତଥା ସ୍ୱତନ୍ତ୍ର ଅଫର ଉପଭୋଗ କରିପାରିବେ।
ଅବ୍‌ନିର ଗ୍ରାହକମାନଙ୍କୁ ଏକ ସ୍ୱତନ୍ତ୍ର ଡେବିଟ୍ କାର୍ଡ ପ୍ରଦାନ କରାଯିବ ଯାହା ଜରିଆରେ ସେମାନେ ବିମାନ ବନ୍ଦର ଲାଉଞ୍ଜରେ ମାଗଣାରେ ପ୍ରବେଶ କରିପାରିବେ। ସେଥିରେ ୧୦ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା, ୩.୫ ଲକ୍ଷ ଟଙ୍କାର କାର୍ଡ ହଜିଯିବା ଲାଇବିଲିଟି ଏବଂ ବିଭିନ୍ନ ପ୍ରିମିୟମ୍ ବ୍ରାଣ୍ଡ୍‌ର ଅଫର ମିଳିବ। ବାର୍ଷିକ ଲକର ଭଡ଼ା, ସୁନା ଋଣ ପ୍ରକ୍ରିୟାକରଣ ଫି ତଥା ବିଉଟି ଓ ୱେଲନେସ୍ ଉତ୍ପାଦ ଉପରେ ଏହା ଆକର୍ଷଣୀୟ ରିହାତି ପ୍ରଦାନ କରିବ।
ବନ୍ଧନ ବ୍ୟାଙ୍କ ଡିଲାଇଟ୍ ହେଉଛି ଏକ ଏଂଟରପ୍ରାଇଜ୍ ଲୟାଲ୍‌ଟି କାର୍ଯ୍ୟକ୍ରମ ଯେଉଁଥିରେ ଗ୍ରାହକମାନେ ଖାତା ଖୋଲିବା, କାର୍ଡରେ କାରବାର କରିବା, ପାଣ୍ଠି ସ୍ଥାନାନ୍ତର ଆଦି ଉପରେ ଡିଲାଇଟ୍ ପଏଂଟ୍ ପାଇପାରିବେ। ଭ୍ରମଣ ଓ ରହଣୀ, ଜିନିଷ କିଣାକିଣି, ମନୋରଂଜନ ଆଦି ପାଇଁ ଗ୍ରାହକମାନେ ସେହି ପଏଂଟ୍‌କୁ ରିଡିମ୍ କରିପାରିବେ। ଗ୍ରାହକମାନେ ଡିଲାଇଟ୍ ପଏଂଟ୍‌କୁ ଏୟାର ମାଇଲ୍‌ସରେ ମଧ୍ୟ ରୂପାନ୍ତରୀତ କରିପାରିବେ।
ବନ୍ଧନ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଅନ୍ତରୀଣ) ରତନ କେଶ କହିଛନ୍ତି ଯେ, “ବିଗତ ନଅ ବର୍ଷରେ ଏକ ସାର୍ବଜନୀନ ବ୍ୟାଙ୍କ ଭାବେ ବନ୍ଧନ ବ୍ୟାଙ୍କରେ ଆମେ ବିଭିନ୍ନ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଆମ ଉତ୍ପାଦ ବର୍ଗମାଳାକୁ ସୁଦୃଢ଼ କରିଛୁ। ଆମ ଯାତ୍ରାରେ ମହିଳାମାନେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ଏବଂ ବ୍ୟାଙ୍କର ସଫଳତାରେ ଯୋଗଦାନ ଦେଇଛନ୍ତି। ଆମ ମହିଳା ଗ୍ରାହକଙ୍କ ପ୍ରତି ସମ୍ମାନ ସ୍ୱରୂପ ଆମେ ପ୍ରତିଷ୍ଠା ଦିବସରେ ଅବ୍‌ନିର ଶୁଭାରମ୍ଭ କରିବାକୁ ଯୋଜନା କରିଥିଲୁ ଯାହା ହେଉଛି ମହିଳାମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଉତ୍ପାଦ। ବର୍ଷ ବର୍ଷ ଧରି ଆମ ମୂଲ୍ୟବାନ ଗ୍ରାହକଙ୍କଠାରୁ ଆମେ ପାଇଥିବା ବିଶ୍ୱାସ ଓ ସହାୟତା ପାଇଁ ପ୍ରତିଦାନର ସ୍ୱରୂପ ହେଉଛି ଆମର ଏହି ‘ବନ୍ଧନ ବ୍ୟାଙ୍କ ଡିଲାଇଟ୍‌’ ଅଭିଯାନ।”
ବନ୍ଧନ୍ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ମୁଖ୍ୟ ବ୍ୟବସାୟ ଅଧିକାରୀ ରାଜିନ୍ଦର ବବର୍ କହିଛନ୍ତି ଯେ, “ଆମ ଉତ୍ପାଦ ବର୍ଗମାଳାକୁ ବ୍ୟାପକ କରିବା ପାଇଁ ବନ୍ଧନ ବ୍ୟାଙ୍କର ପ୍ରତିବଦ୍ଧତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟର ପ୍ରତିନିଧିତ୍ୱ କରୁଛି ଏହି ଶୁଭାରମ୍ଭ। ‘ଅବ୍‌ନି’ର ଶୁଭାରମ୍ଭ କରି ଆମେ କେବଳ ମହିଳା ଗ୍ରାହକମାନଙ୍କ ଆର୍ଥିକ ଓ ଜୀବନଶୈଳୀ ଆବଶ୍ୟକତା ପୂରଣ କରିନାହୁଁ ବରଂ ମୂଲ୍ୟଯୁକ୍ତ ସେବା ଜରିଆରେ ସାମଗ୍ରିକ ବ୍ୟାଙ୍କିଙ୍ଗ ଅନୁଭୂତିରେ ଉନ୍ନତି ଆଣିଛୁ। ବନ୍ଧନ ବ୍ୟାଙ୍କ ଡିଲାଇଟ୍ ବିଷୟରେ ଘୋଷଣା କରି ମଧ୍ୟ ଆମେ ଆନନ୍ଦି ଯାହାର ଲକ୍ଷ୍ୟ ହେଉଛି ଆମ ମୂଲ୍ୟବାନ ଗ୍ରାହକଙ୍କୁ ରିୱାର୍ଡ ପ୍ରଦାନ କରିବା ଏବଂ ବ୍ୟାଙ୍କ ଦେଉଥିବା ମୂଲ୍ୟରେ ଉନ୍ନତି ଆଣିବା। ବଜାରରେ ନିଜକୁ ଭିନ୍ନ ରଖିବା ପାଇଁ ଆମର ରହିଥିବା ବୃହତର ରଣନୀତିର ଏକ ଅଂଶ ହେଉଛି ଏହି ଅଭିଯାନ ଯାହା ଦୀର୍ଘକାଳୀନ ବିଶ୍ୱାସନୀୟତା ଏବଂ ସ୍ଥାୟୀ ଅଭିବୃଦ୍ଧିକୁ ବଢ଼ାଇବ।”

Share

Leave a Reply

Your email address will not be published. Required fields are marked *

4 + 14 =