Uncategorized

ମେଟାଲମ୍ୟାନ୍ ଅଟୋ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ମେଟାଲମ୍ୟାନ୍ ଅଟୋ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ସିଟ୍ ମେଟାଲ୍‌, ଟୁବୁଲାର ଫେବ୍ରିକେସନ, ମେଟାଲ୍ ଫିନିସିଂ ଏବଂ ଅଟୋମୋଟିଭ୍ ଓ ଅଣ ଅଟୋମୋଟିଭ୍ କ୍ଷେତ୍ରର ଅରିଜିନାଲ୍ ଇକ୍ୱିପ୍‌ମେଂଟ୍ ମାନୁଫାକଚରର୍ସ (ଓଇଏମ୍‌)ଙ୍କ ପାଇଁ ଉପକରଣ ଆସେମ୍ବଲି କରିବାର ଏକକ ସମାଧାନ ପ୍ରଦାନ କରୁଥିବା କମ୍ପାନି ହେଉଛି ମେଟାଲମ୍ୟାନ୍ ଅଟୋ ଲିମିଟେଡ୍‌।
କଂପାନି ଇନିସିଆଲ ପବ୍ଲିକ୍ ଅଫର ଜରିଆରେ ଇକ୍ୱିଟି ସେୟାର ଜାରି କରି ୩୫୦ କୋଟି ଟଙ୍କା ସଂଗ୍ରହ କରିବାକୁ ୋଜନା ରଖିଛି ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୧,୬୩୬,୧୬୨ ଇକ୍ୱିିଟି ସେୟାର ବିକ୍ରି କରିବେ।
ଏହି ଅଫରରୁ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ କମ୍ପାନି, ୧) ପିତମପୁରା କାରଖାନା ପାଇଁ ପ୍ଲାଂଟ୍ ଓ ମେସିନ୍ ସଂଗ୍ରହ ଲାଗି ୨୫ କୋଟଇ ଟଙ୍କା ଖର୍ଚ୍ଚ କରିବ। ସେହି ସେମିନ୍‌ଗୁଡ଼ିକୁ ୨୦୨୫ ଓ ୨୦୨୬ ସୁଦ୍ଧା ମୂତୟନ କରାଯିବ। ୨) କଂପାନି ଓ ମେଟାଲ୍‌ମ୍ୟାନ୍ ମାଇକ୍ରୋ ଟନର୍ସରେ ଥିବା ଋଣରକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭରଣା କରିବା ଲାଗି ୨୪୦ କୋଟି ଟଙ୍କାକୁ ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟବହାର କରାଯିବ ଏବଂ ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବାକୁ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସରେ ପ୍ରସ୍ତାବ ଦିଆଯାଇଛି।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

two × two =