Uncategorized

ଜାୱା ୟେଜଦି ମୋଟରସାଇକଲସ ପକ୍ଷରୁ ଜାୱା ୪୨ ଉନ୍ମୋଚିତ, ଯାହାର ପ୍ରାରମ୍ଭିକ ମୂଲ୍ୟ ୧.୭୨ ଲକ୍ଷ ଟଙ୍କା ରହିଛି

ଭୁବନେଶ୍ୱର: ଜାୱା ୟେଜଦି ମୋଟରସାଇକଲସ ପକ୍ଷରୁ ୨୦୨୪ ଜାୱା ୪୨କୁ ଉନ୍ମୋଚନ କରାଯାଇଛି। ନୂତନ ଅବତାରରେ ଆସିଥିବା ଏହି ମୋଟରସାଇକଲରେ ଦମଦାର ପ୍ରଦର୍ଶନ, ଉନ୍ନତ ଡିଜାଇନ ଓ ଇଂଜିନିୟରିଂର ମିଶ୍ରଣ ରହିଛି। ଭାରତରେ ଅଧିକ ପସନ୍ଦ କରାଯାଉଥିବା ଏହି ନିଓ-କ୍ଲାସିକ ମୋଟରସାଇକଲ ବର୍ଗରେ ଏହା ନୂତନ ମାନଦଣ୍ଡ ନିର୍ଧାରଣ କରିଛି।
ନୂଆ ୨୦୨୪ ଜାୱା ୪୨ରେ ରହିଛି ୨୯୪ ସିସିର ଜେ-ପ୍ୟାନ୍ଥର ଲିକ୍ୱିଡ ଇଂଜିନ ଯାହା ୨୭.୩୨ ପିଏସ ଓ ୨୬.୮୪ ଏନଏମ ଟର୍କ ଉତ୍ପନ୍ନ କରୁଛି। ଗ୍ରାଉଣ୍ଡ କ୍ଲିୟରାନ୍ସରେ ଉନ୍ନତି ଅଣାଯାଇଥିବା ବେଳେ ସସପେନସନ ଓ ସିଟକୁ ଉନ୍ନତ କରାଯାଇଛି। ଏହାର ବ୍ରେକ ନିଜ ଶ୍ରେଣୀରେ ସବୁଠୁ ଶ୍ରେଷ୍ଠ। ଗାଡ଼ି ଚାଳନା, ଆରାମ ଓ ସୁରକ୍ଷା ଦୃଷ୍ଟିରୁ ଏହା ନୂତନ ମାନଦଣ୍ଡ ନିର୍ଧାରଣ କରିଛି।
ଜାୱା ୟେଜଦି ମୋଟରସାଇକଲସର ସହ ପ୍ରତିଷ୍ଠାତା ଅନୁପମ ଥାରେଜା କହିଛନ୍ତି ଯେ, “୨୦୨୪ ଜାୱା ୪୨ ହେଉଛି ମୋଟରସାଇକଲ ଇଂଜିନିୟରିଂ ପ୍ରତି ଏକ ସାମଗ୍ରିକ ଦୃଷ୍ଟିକୋଣର ପ୍ରମାଣ। ମୂଲ୍ୟ-ପ୍ରଦର୍ଶନକୁ ଉପଯୁକ୍ତ କରିବାର ସନ୍ଧାନରେ ଆମେ କୌଣସି ଉଦ୍ୟମକୁ ଅଣଦେଖା କରିନାହୁଁ। ଉପକରଣରେ ଉନ୍ନତି ଆଣିବାଠାରୁ ଆମ ମାନୁଫାକଚରିଂ ପ୍ରକ୍ରିୟାକୁ ଶାଣିତ କରିବା ପର୍ଯ୍ୟନ୍ତ ଆମେ ପ୍ରତି ସୋପାନରେ ଆମ ସ୍ତରକୁ ବଢ଼ାଇଛୁ। ଆମେ ମୂଲ୍ୟ-ପ୍ରଦର୍ଶନ ଇଂଜିନିୟରିଂ ଉପରେ ବିଶ୍ୱାସ କରୁଛୁ ଏବଂ ତାହାର ଫଳ ସ୍ୱରୂପ ଏଭଳି ଏକ ମୋଟରସାଇକଲ ଆସିଛି ଯାହା ଅଭିଳାଷ ପୂରଣ କରିବା ସହ ତାହାର ସଂଜ୍ଞାକୁ ପୁନଃ ନିର୍ଧାରଣ କରୁଛି। ଅସଲି ନିଓ କ୍ଲାସିକ ୨୦୨୪ ଜାୱା ୪୨ ହେଉଛି ଦମଦାର ପ୍ରଦର୍ଶନ, ଆକର୍ଷଣୀୟ ଡିଜାଇନ ଓ ସୂକ୍ଷ୍ମ ଇଂଜିନିୟରିଂର ତ୍ରିବେଶୀ ସଙ୍ଗମ।”
ଏକ ସଠିକ ନିଓ କ୍ଲାସିକ ମୋଟରସାଇକଲ ତିଆରି କରିବାର ଅନୁସନ୍ଧାନରେ ଆମେ ପ୍ରତିଟି କ୍ଷେତ୍ରରେ ଉନ୍ନତି ଆଣିବାକୁ ଉଦ୍ୟମ କରିଛୁ। ତାହା ଆମକୁ ଏକ କ୍ଲାସିକ ଷ୍ଟାଇଲ ଓ ଆଧୁନିକ ପ୍ରଦର୍ଶନ ଦେଉଥିବା ମୋଟରସାଇକଲ ନିକଟତର କରିଛି। ଏହି କ୍ଷେତ୍ରର ପ୍ରଥମ ଲିକ୍ୱିଡ କୁଲଡ ଇଂଜିନ ଓ ୬-ସ୍ପିଡ ଟ୍ରାନ୍ସମିସନ ସହ ଏହି ଯାତ୍ରା ଆରମ୍ଭ ହୋଇଥିଲା। ଆମେ ଆଗକୁ ବଢ଼ିବା ସହ ପ୍ରଦୂଷଣ ନିୟମକୁ ପାଳନ କରି ପ୍ରଦର୍ଶନ, ଆରାମ ଓ ବିବିଧତାରେ ଉନ୍ନତି ଆଣିଛୁ।
ନିକଟରେ ଏଥିରେ ଅଣାଯାଇଥିବା ଉନ୍ନତିରେ ଆମେ ଗିୟରଭିତିକ ଥ୍ରଟଲ ମ୍ୟାପିଂ ଓ ଆସିଷ୍ଟ ଆଣ୍ଡ ସ୍ଲିପ କ୍ଲଚ ବ୍ୟବହାର କରିଛୁ ଯାହା ଗାଡ଼ିଚାଳନା ଅନୁଭୂତିରେ ଉନ୍ନତି ଆଣିବ। ଏଥର ଇଂଜିନକୁ ଭାରି କରାଯାଇଥିବା ବେଳେ ବୃହତ ଥ୍ରଟଲ ବଡି, ଏଂଟ୍ରି ଡକ୍ଟ ଓ ସିପି୪ ସିଲିଣ୍ଡର ବ୍ୟବହାର କରାଯାଇଛି। ଗାଡ଼ିଚାଳନା ଅନୁଭୂତିକୁ ବଢ଼ାଇବା ଲାଗି ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଗିୟରରେ ଉନ୍ନତି କରାଯାଇଛି। ନୂଆ ହବ ପ୍ରକାରର ବାଲାନସର ଗିୟର କମ୍ପନକୁ କମ କରିଛି।
ଏବେ ଜାୱା ୪୨ ଜିଓ କ୍ଲାସିକ ପ୍ରଦର୍ଶନର ଶୀର୍ଷରେ ପଂହଚିଛି ଯେଉଁଥିରେ ଶ୍ରେଷ୍ଠ ମାନର ବ୍ରେକ ବ୍ୟବସ୍ଥା, ଗାଡ଼ି ଚାଳନା ଏବଂ ଏରର୍ଗୋନୋମିକ ରହିଛି। ଏହା କେବଳ ଏକ ଅତୀତର ସ୍ମୃତି ନୁହେଁ, ବରଂ ଭବିଷ୍ୟତର ମଞ୍ଜୁରି। ଏହା ହେଉଛି ସଠିକ ନିଓ କ୍ଲାସିକ ଯାହା ଆମେ ପୂର୍ବରୁ ପରିକଳ୍ପନା କରିଥିଲୁ।
ଏହା ଉଭୟ ମ୍ୟାଟ ଓ ଗ୍ଲସ ବିକଳ୍ପରେ ୧୪ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହୋଇଛି। ଏହାର ଇନ୍ଧନ ଟାଙ୍କି ମଧ୍ୟ ବେଶ ବଡ଼ ଓ ଆକର୍ଷଣୀୟ ରହିଛି।

Share

Leave a Reply

Your email address will not be published. Required fields are marked *

12 − 1 =