Uncategorized

ଇନଭେଂଚର୍ସ ନଲେଜ୍ ସଲ୍ୟୁସନ୍ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ପ୍ରଯୁକ୍ତିଭିତିରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ଇନଭେଂଚର୍ସ ନଲେଜ୍ ସଲ୍ୟୁସନ୍ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡିଆର୍‌ଏଚ୍‌ପି ଦାଖଲ କରାଯାଇଛି।
କମ୍ପାନିର ଇନିସିଆଲ ପବ୍ଲିକ୍ ଅଫରରେ ସାମିଲ ରହିଛି ୨୮,୧୮୪,୦୬୦ ଇକ୍ୱିଟି ସେୟାରର ଅଫର ଫର୍ ସେଲ୍‌। ଅଫର ଫର୍ ସେଲ୍‌ରେ ଆଶ୍ରା ଫାମିଲି ଟ୍ରଷ୍ଟ ପକ୍ଷରୁ ୫,୩୪୭,୯୨୪ ଇକ୍ୱିଟି ସେୟାର, ଆର୍ଯ୍ୟମାନ ଝୁନଝୁନୱାଲା ଡିସକ୍ରେସନାରି ଟ୍ରଷ୍ଟ ପକ୍ଷରୁ ୧,୭୦୮,୮୪୬ ଇକ୍ୱିଟି ସେୟାର, ଆର୍ଯ୍ୟବୀର ଝୁନଝୁନୱାଲା ଡିସକ୍ରେସନାରି ଟ୍ରଷ୍ଟ ପକ୍ଷରୁ ୧,୭୦୮,୮୪୬ ଇକ୍ୱିିଟି ସେୟାର, ନିସ୍ଥା ଝୁନଝୁନୱାଲା ଡିସକ୍ରେସନାରି ଟ୍ରଷ୍ଟ ପକ୍ଷରୁ ୧,୭୦୮,୮୪୬ ଇକ୍ୱିଟି ସେୟାର, ଯୋସେଫ ବେନାର୍ଡେଲୋ ପକ୍ଷରୁ ୪,୩୭୫,୩୮୭ ଇକ୍ୱିଟି ସେୟାର, ଗୌତମ ଚାଙ୍କ ପକ୍ଷରୁ ୧୮୦୦,୦୦୦ ଇକ୍ୱିଟି ସେୟାର, ପରମିନ୍ଦର ବୋଲିନାଙ୍କ ଦ୍ୱାରା ୧,୮୦୦,୦୦୦ ଇକ୍ୱିଟି ସେୟାର, ଜେଫ୍ରି ଫିଲିପ ଫ୍ରିମାର୍କଙ୍କ ଦ୍ୱାରା ୧,୬୪୧,୨୩୨ ଇକ୍ୱିିଟି ସେୟାର, ବେଜରିସ ମିନୋ ଦେଶାଇଙ୍କ ଦ୍ୱାରା ୧,୦୩୨,୮୯୪ ଇକ୍ୱିଟି ସେୟାର ଏବଂ ସ୍କଟ ଡି ହେ ୱର୍ଥଙ୍କ ଦ୍ୱାରା ୯୩୭,୮୫୮ ଇକ୍ୱିଟି ସେୟାର ବିକ୍ରି କରାଯିବ।
ଇନଭେଂଚରସ୍ ନଲେଜ୍ ସଲ୍ୟୁସନ୍ସ ଲିମିଟେଡ୍ ହେଉଛି ଅନ୍ତ ରୋଗୀ ଓ ବର୍ହିରୋଗୀ ସେବା ପ୍ରଦାନ କରୁଥିବା ସଂଗଠନଗୁଡ଼ିକର ଏକ ଅଗ୍ରଣୀ ସହଯୋଗୀ। ଏହା ବ୍ୟାପକ ପ୍ଲାଟଫର୍ମ ପ୍ରଦାନ କରୁଛି ଯାହା ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନଙ୍କୁ ସକ୍ଷମ କରୁଛି। ବର୍ହି ରୋଗ ସେବା ଯାହା ଆମ୍ବୁଲେଟୋରି ସେବା ଭାବେ ପରିଚିତ ସେଥିରେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତି ନକରି ନିରୀକ୍ଷଣ, ପରାମର୍ଶ, ନିଦାନ, ଥଇଥାନ, ହସ୍ତକ୍ଷେପ ଓ ଚିକିତ୍ସା ସେବା ଭଳି ବିଭିନ୍ନ ସୁବିଧା ପ୍ରଦାନ କରାଯାଉଛି। ସେହିପରି ଆନ୍ତଃ ରୋଗୀ ସେବାରେ ଡାକ୍ତରଖାନାରେ ଭର୍ତି ହୋଇଥିବା ରୋଗୀଙ୍କୁ ସେବା ପ୍ରଦାନ କରାଯାଉଛି
୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଇନଭେଂଚର୍ସ ନଲେଜ୍ ସଲ୍ୟୁସନ୍ସ ଲିମିଟେଡର ୮୦୦ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ କ୍ଲାଏଂଟ୍ ରହିଛନ୍ତି। ମାସ୍ ଜେନେରାଲ୍ ବ୍ରିଗହାମ୍‌, ଟେକ୍ସାସ୍ ହେଲ୍‌ଥ କେୟାର, ଜିଆଇ ଆଲାଏନ୍ସ ମ୍ୟାନେଜମେଂଟ୍ ଭଳି ଅନୁଷ୍ଠାନ ଏହାର କ୍ଲାଏଂଟ୍ ରହିଛନ୍ତି। କମ୍ପାନିର ୧୩,୨୪୧ରୁ ଅଧିକ କର୍ମଚାରୀ ଥିବା ବେଳେ ୩୧୧୧ କ୍ଲିନିକାଲି ତାଲିମପ୍ରାପ୍‌ତ କର୍ମଚାରୀ ଏବଂ ସେଲ୍‌ପ ଫୋର୍ସ ଆମେରିକା, କାନାଡା ଓ ଅଷ୍ଟ୍ରେଲିଆରେ ରହିଛନ୍ତି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍‌, ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ନୋମୁରା ଫାଇନାନ୍ସିଆଲ୍ ଆଡଭାଇଜରି ଆଣ୍ଡ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

14 − 1 =