Uncategorized

ସ୍ୱାଧୀନତା ଦିବସରେ ଟାଟା ଟି ପ୍ରିମିୟମ୍ ପକ୍ଷରୁ “ଦେଶ କା ଗର୍ବ, ପ୍ରଦେଶ କି କଳା” ଅଭିଯାନ ଅଧୀନରେ ହିରାକୁଦର ଭବ୍ୟତାକୁ ପାଳନ

  • ଆଂଚଳିକ କଳାକୃତି ଦ୍ୱାରା ଅନୁପ୍ରାଣିତ ହୋଇ “ଦେଶ କା ଗର୍ବ” ଅଭିଯାନର ଶୁଭାରମ୍ଭ
  • ଏଥିରୁ ମିଳିବାକୁ ଥିବା ୧୦୦% ଅର୍ଥ ଅନଗ୍ରସର ପିଲାଙ୍କ ଭୋଜନକୁ ପ୍ରାୟୋଜିତ କରିବାରେ ବ୍ୟବହାର କରାଯିବ

ଭୁବନେଶ୍ୱର/ସମ୍ବଲପୁର: ଟାଟା କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍‌ର ପ୍ରମୁଖ ଚା’ ବ୍ରାଣ୍ଡ ଟାଟା ଟି ପ୍ରିମିୟମ୍‌-ଦେଶ କି ଚାଏ ପକ୍ଷରୁ ଏହି ସ୍ୱାଧୀନତା ଦିବସ ଅବସରରେ ଏହାର “ଦେଶ କା ଗର୍ବ, ପ୍ରଦେଶ କି କଲା” ଅଭିଯାନକୁ ପୁନର୍ବାର ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନ ଭାରତର ଗୌରବମୟ ସ୍ୱାଧୀନତା ପରବର୍ତୀ ଯାତ୍ରାରେ ଭାରତର ପାଇଁ ଗୌରବ ଗାଥା ଯଥା ବିଶ୍ୱର ଦୀର୍ଘତମ ମାଟିରେ ତିଆରି ନଦୀବନ୍ଧ ହିରାକୁଦ ଡ୍ୟାମ୍‌କୁ ପାଳନ କରୁଛି, ଯାହାକୁ ଓଡ଼ିଶାରେ ୧୯୫୭ରେ ନିର୍ମାଣ କରାଯାଇଛି। ଏଥି ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ଭାରତର ଗର୍ବିତ ଇତିହାସକୁ ମନେ ପକାଇବା ଲାଗି ଏକ ଉଦ୍ୟମ ଭାବେ କମ୍ପାନି ପକ୍ଷରୁ ଆଂଚଳିକ କଳା ଦ୍ୱାରା ଅନୁପ୍ରାଣିତ ଲିମିଟେଡ୍ ଏଡିସନ୍ ‘ଦେଶ କା ଗର୍ବ’ କଲେକ୍ସନର ଶୁଭାରମ୍ଭ କରାଯାଇଛି। ଜାତୀୟ ଗୌରବକୁ ଜାଗ୍ରତ କରିବା ସହ ଆଂଚଳିକ ଗୌରବକୁ ପାଳନ କରିବା ଲାଗି ବ୍ରାଣ୍ଡର ରହିଥିବା ମୂଲ୍ୟବୋଧ ଅନୁସାରେ ଏହି କଲେକ୍ସନର ପ୍ରତିଟି ସେଟ୍‌କୁ ଭାରାତର ବିବିଧ ରାଜ୍ୟ ସଂସ୍କୃତିର ସ୍ୱତନ୍ତ୍ର ଆଂଚଳିକ କଳା ଦ୍ୱାରା ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଛି।
ଜାତୀୟ ଗୌରବକୁ ଜାଗ୍ରତ କରିବା ଲାଗି ଟାଟା ଟି ପ୍ରିମିୟମ୍‌ର ରହିଥିବା ମୂଲ୍ୟବୋଧ ଅନୁସାରେ ଏହି ଅଭିଯାନ ବିଶ୍ୱର ଦୀର୍ଘତମ ହୀରାକୁଦ ନଦୀବନ୍ଧକୁ ଆକର୍ଷଣୀୟ ପଟ୍ଟଚିତ୍ର କଳାକୃତି ଜରିଆରେ ପ୍ରଦର୍ଶିତ କରି ଏହି ଅଭିଯାନକୁ ପାଳନ କରାଯାଇଛି। ଏହି କଳାକୃତି ଭାରତର ସାଂସ୍କୃତିକ ଓ ଐତିହାସିକ ପରମ୍ପରାରେ ସମୃଦ୍ଧିର ନୂତନ ସ୍ତର ଯୋଡ଼ିଛି।
www.indiakichai.com ପରିଦର୍ଶନ କରି ଯେ କେହି ଗର୍ବର ସହିତ ଇତିହାସ ଓ ସଂସ୍କୃତିର ଏକ ଅଂଶ ପାଇପାରିବେ। ଏହି କଲେକ୍ସନରୁ ମିଳିବାକୁ ଥିବା ୧୦୦% ରାଶିକୁ ଅନଗ୍ରସର ପିଲାମାନଙ୍କ ଭୋଜନ ପ୍ରାୟୋଜିତ କରିବା ଲାଗି ବ୍ୟବହାର କରାଯିବ।
ଏ ସମ୍ପର୍କରେ ଟାଟା କଂଜ୍ୟୁମର ପ୍ରଡକ୍ଟସ୍‌ର ସଭାପତି -ପାକେଜଡ୍ ବେଭରେଜ୍ (ଭାରତ ଓ ଦକ୍ଷିଣ ଏସିଆ) ପୁନିତ ଦାସ କହିଛନ୍ତି ଯେ, “ବାସ୍ତବ ଦେଶ କି ଚାଏ ଅନୁସାରେ ଟାଟା ଟି ପ୍ରିମିୟମ୍ ସବଦା ବିବିଧ ସ୍ୱାଦ ପ୍ରାଥମିକତା ପୂରଣ କରୁଛି ଏବଂ ଭାରତର ସମୃଦ୍ଧ ସଂସ୍କୃତି ଓ ଗୌରବକୁ ପାଳନ କରୁଛି। ଏହି ସ୍ୱାଧୀନତା ଦିବସରେ ଆମେ ଗର୍ବର ସହିତ ଦଶ କା ଗର୍ବ-ପ୍ରଦେଶ କି କଲା ସମ୍ଭାର ଉନ୍ମୋଚନ କରି ଆନନ୍ଦିତ ଯାହାକ ସାମଗ୍ରିକ ଗୌରବ ଜାଗ୍ରତ କରିବା ଲାଗି ଆଂଚଳିକ କଳାକୃତି ଜରିଆରେ ଅତି ସୁନ୍ଦର ଭାବେ ତୋଳି ଧରାଯାଇଛି। ଏହି ଅଭିଯାନ ଗ୍ରାହକମାନଙ୍କୁ ଇତିହାର ଏକ ଅଂଶକୁ ପାଳନ କରିବା ଲାଗି ଗ୍ରାହକମାନଙ୍କୁ ସୁଯୋଗ ପ୍ରଦାନ କରୁଥିବା ବେଳେ ଏହି ସମ୍ଭାରରୁ ମିଳିବାକୁ ଥିବା ୧୦୦% ରାଶିକୁ “ଦି ପ୍ଲେଟେଡ୍ ପ୍ରୋଜେକ୍ଟ” ସହଯୋଗରେ ଅନଗ୍ରସର ପିଲାମାନଙ୍କ ଭୋଜନ ପ୍ରାୟୋଜିତ କରିବାରେ ବ୍ୟବହାର କରାଯିବ।”
ଏହି ସହଯୋଗିତା ସମ୍ପର୍କରେ ଦି ପ୍ଲେଟେଡ୍ ପ୍ରୋଜେକ୍ଟର ଚିତ୍ରେଶ ସିହ୍ନା କହିଛନ୍ତି ଯେ, “ଦି ପ୍ଲେଟେଡ୍ ପ୍ରୋଜେକ୍ଟ ଓ ଟାଟା ଟି ପ୍ରିମିୟମ୍‌ର ଏକ ମିଳିତ ମୂଲ୍ୟବୋଧ ହେଉଛି କେବଳ ଲାଭ ନୁହେଁ ପ୍ରଭାବ ସୃଷ୍ଟି କରିବା। ତେଣୁ ଆମ ପାଇଁ ଏହା ଏକ ଶ୍ରେଷ୍ଠ ସହଯୋଗିତା। ପ୍ରତିଟି ସ୍ତରରେ ଗର୍ବ ସୃ୍‌ଷ୍ଟି କରିବା ଲାଗି ଏହି କଲେକ୍ସନ ସୃଷ୍ଟି କରିବା ପାଇଁ ଆମେ କିଛି ଅତ୍ୟନ୍ତ ପ୍ରତିଭା ସମ୍ପନ୍ନ କଳାକାରଙ୍କ ସହ କାର୍ଯ୍ୟ କରୁଛୁ। ଆମ ସ୍ୱାଧୀନତା ଦିବସ ପାଳନ କରିବା ଲାଗି ଏହାଠାରୁ ଭଲ ଉପାୟ କିଛି ହୋଇନପାରେ।”

Share

Leave a Reply

Your email address will not be published. Required fields are marked *

eleven + 1 =