Uncategorized

ଡିବିଏସ୍ ବ୍ୟାଙ୍କ ଇଣ୍ଡିଆ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ପ୍ରାୟରିଟି ବ୍ୟାଙ୍କିଙ୍ଗ ସେବା “ଡିବିଏସ୍ ଗୋଲ୍‌ଡେନ୍ ସର୍କଲ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ଡିବିଏସ୍ ବ୍ୟାଙ୍କ ଇଣ୍ଡିଆ ପକ୍ଷରୁ “ଡିବିଏସ୍ ଗୋଲ୍‌ଡେନ୍ ସର୍କଲ’ ନାମକ ଏକ ବ୍ୟାପକ ପ୍ରାୟରିଟି ବ୍ୟାଙ୍କିଙ୍ଗ ସେବାର ଶୁଭାରମ୍ଭ କରାଯାଇଛି ଯାହାକୁ ବରିଷ୍ଠ ନାଗରିକମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମ ବିଭିନ୍ନ ସ୍ୱତନ୍ତ୍ର ଲାଭ ଓ ସେବା ପ୍ରଦାନ କରୁଛି ଯାହା ୬୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କ ପାଇଁ ବ୍ୟାଙ୍କିଙ୍ଗ ସେବାକୁ ସହଜ ଓ ସୁବିଧାଜନକ କରିବ।
ଭାରତରେ ଡିବିଏସ୍ ଏହାର ୩୦ତମ ବର୍ଷ ପୂର୍ତି ପାଳନ କରୁଥିବା ବେଳେ ଏହି ସେବାର ଶୁଭାରମ୍ଭ କରିଛି ଯାହା ସ୍ଥାନୀୟ ବଜାର ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି। ଡିବିଏସ୍ ବ୍ୟାଙ୍କ ଇଣ୍ଡିଆ ଏହାର ବ୍ୟାପକ ଶାଖା ନେଟ୍‌ୱର୍କ ଓ ଡିଜିଟାଲ୍ କ୍ଷମତାକୁ ବ୍ୟବହାର କରି ଏଭଳି ସମାଧାନ ପ୍ରଦାନ କରୁଛି ଯାହା ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରୁଥିବା ବେଳେ ଦୀର୍ଘସ୍ଥାୟୀ ସମ୍ପର୍କକୁ ସୁଦୃଢ଼ କରୁଛି।
ପରିଣତ ବୟସର ଲୋକମାନେ ସାମ୍ନା କରୁଥିବା ବ୍ୟାଙ୍କିଙ୍ଗ ଆହ୍ୱାନକୁ ଡିବିଏସ୍ ଗୋଲ୍‌ଡେନ୍ ସର୍କଲ୍ ପୂରଣ କରିବ। ଏହାର ଏକ ପ୍ରମୁଖ ଆକର୍ଷଣ ହେଉଛି ଏହା ସଂଚୟ ଖାତା ଓ ଜମା ଉପରେ ପ୍ରଦାନ କରୁଥିବା ସୁଧ ହାର। ବରିଷ୍ଠ ନାଗରିକମାନେ ୪ ଲକ୍ଷ ଟଙ୍କାରୁ ଅଧିକ ଓ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖାତା ବାଲାନ୍ସ ଉପରେ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି। ସେମାନେ ୩୭୬ ଦିନରୁ ୫୪୦ ଦିନିଆ ଫିକ୍ସଡ୍ ଡିପୋଜିଟ୍ ଉପରେ ଅତିରିକ୍ତ ୦.୫୦ ପ୍ରତିଶତ ସୁଧ ପାଇପାରିବେ। ଏହି ପ୍ରତିଯୋଗିତାମୂଳକ ହାରରେ ବରିଷ୍ଠ ନାଗରିକମାନେ ସେମାନଙ୍କ ସଂଚୟ ବଢ଼ାଇପାରିବେ ଏବଂ ଆର୍ଥିକ ସ୍ଥିରତା ହାସଲ କରିପାରିବେ।
ଡିବିଏସ୍ ବ୍ୟାଙ୍କ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ କଂଜ୍ୟୁମର ବ୍ୟାଙ୍କିଙ୍ଗ ଗ୍ରୁପ୍ ମୁଖ୍ୟ ପ୍ରଶାନ୍ତ ଯୋଶୀ କହିଛନ୍ତି ଯେ, “ବରିଷ୍ଠ ନାଗରିକମାନଙ୍କ ଲାଗି ବ୍ୟାଙ୍କ ସେବାକୁ ଅଧିକ ସହଜ ଓ ସୁବିଧାଜନକ କରିବା ଲାଗି ଡିବିଏସ୍ ଗୋଲଡେନ୍ ସର୍କଲ୍‌କୁ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ବିଶ୍ୱାସ, ସୁରକ୍ଷା ଓ ସୁବିଧାସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି। ଆମେ ଏଭଳି ବ୍ୟାଙ୍କିଙ୍ଗ ଅନୁଭୂତି ପ୍ରଦାନ କରି ଗ୍ରାହକମାନଙ୍କ ସୁବର୍ଣ୍ଣ ସମୟରେ ସେମାନଙ୍କୁ ସଶକ୍ତ କରିବାକୁ ଚାହୁଛୁ ଯାହାକୁ ସେମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତାରେ ସୁରକ୍ଷିତ ଓ ଭରସାଯୋଗ୍ୟ ଭାବେ ପ୍ରସ୍ତୁତ କରାଯାଇଛି। ଆମ ବ୍ରାଣ୍ଡର ପ୍ରତିଶ୍ରୁତି “ଲିଭ ମୋର, ବ୍ୟାଙ୍କ ଲେସ’ ସହିତ ସମନ୍ୱିତ ରହିଛି ଯେଉଁଥିରେ ଆମେ ପ୍ରଯୁକ୍ତି ଓ ସ୍ୱତନ୍ତ୍ର ପ୍ରକାର ସେବା ସହିତ ବ୍ୟକ୍ତିଗତ ସ୍ୱର୍ଶ ଭଳି ଉଭୟ ଦୁନିଆର ଶ୍ରେଷ୍ଠ ବିଷୟକୁ ଏକତ୍ରୀତ କରି ବରିଷ୍ଠ ନାଗରିକମାନଙ୍କୁ ବିଶ୍ୱାସର ସହ ବ୍ୟାଙ୍କ କାରବାର କରିବାରେ ସହାୟକ ହେଉଛୁ।’’
ଡିବିଏସ୍ ଗୋଲ୍‌ଡେନ୍ ସର୍କଲ୍ ପ୍ରୋଗ୍ରାମ୍‌ର ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତର ସାଇବର୍ ବୀମା ସୁରକ୍ଷା ରହିଛି। ଫିକ୍ସଡ୍ ଡିପୋଜିଟ୍ ଉପରେ ଗ୍ରାହକମାନେ ସୁଧକୁ ସେମାନଙ୍କ ସୁବିଧା ଅନୁସାରେ ମାସିକ, ତ୍ରୈମାସିକ କିମ୍ବା ଏକକାଳୀନ ହାସଲ କରିପାରିବେ। ଏକ ବର୍ଷରୁ ଅଧିକ ସମୟର ଏଫ୍‌ଡିରୁ ଆଗୁଆ ଉଠାଣ ଉପରେ କୌଣସି ଜରିମାନା ଦେବାକୁ ପଡ଼ିବ ନାହିଁ। ଡିବିଏସ୍ ଗୋଲ୍‌ଡେନ୍ ସର୍କଲ୍‌ରେ ଥିବା ଅନ୍ୟାନ୍ୟ ସୁବିଧାଗୁଡ଼ିକ ହେଉଛି ଏଫ୍‌ଡି ଉପରେ ସ୍ୱତନ୍ତ୍ର ଓଭରଡ୍ରାଫ୍‌ଟ ହାର ଓ ଜମା ଉପରେ ଋଣ, ଏନଇଏଫଟି, ଆରଟିଜିଏସ, ଡୁପ୍ଲିକେଟ ଷ୍ଟେଟମେଂଟ୍ ଉପରେ ଶୂନ କାରବାର ଫି’ ଓ ଅସୀମିତ ମାଗଣା ଏଟିଏମ୍ ବ୍ୟବହାର ଓ ଜୀବନବ୍ୟାପୀ ମାଗଣା ଡେବିଟ୍ କାର୍ଡ, ଲକର ଭଡ଼ା ଉପରେ ରିହାତି।

Share

Leave a Reply

Your email address will not be published. Required fields are marked *

3 × 1 =