Uncategorized

ସରସ୍ୱତୀ ଶାଢ଼ି ଡିପୋ ଲିମିଟେଡର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ଅଗଷ୍ଟ ୧୨ରେ ଖୋଲିବ


ଭୁବନେଶ୍ୱର: ସରସ୍ୱତୀ ଶାଢ଼ି ଡିପୋ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ୨୦୨୪ ଅଗଷ୍ଟ ୧୨ରେ ଖୋଲିବ। ଏହି ଅଫରରେ ମୋଟ ୬,୪୯୯,୮୦୦ ଇକ୍ୱିଟି ସେୟାର ଜାରି କରାଯିବ ଓ ଅଫର ଫର ସେଲରେ ୩,୫୦୧,୦୦୦ ଇକ୍ୱିଟି ସେୟାରକୁ ଅଂଶଧନକାରୀମାନେ ବିକ୍ରି କରିବେ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୧୫୨ ଟଙ୍କାରୁ ୧୬୦ ଟଙ୍କା ମଧ୍ୟରେ ରହିବ। ନିବେଶକମାନେ ସର୍ବନିମ୍ନ ୯୦ଟି ଇକ୍ୱିଟି ସେୟାର ପାଇଁ ବିଡ ଦାଖଲ କରିପାରିବେ ଏବଂ ଏହା ପରେ ୯୦ଟି ଲେଖାଏଁ ଇକ୍ୱିଟି ସେୟାରକୁ ସେଥିରେ ଯୋଡ଼ିପାରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ସେଥିରୁ ୮୧ କୋଟି ଟଙ୍କାକୁ କଂପାନି କାର୍ଯ୍ୟକାରୀ ପୁଂଜି ଆବଶ୍ୟକତା ପୂରଣ କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବ।
ଅଫର ଫର ସେଲରେ ତେଜସ ଦୁଲହାନୀ ୭୦୦,୨୦୦ ଇକ୍ୱିଟି ସେୟାର, ଅମର ଦୁଲହାନୀ ୭୦୦,୨୦୦ ଇକ୍ୱିଟି ସେୟାର, ଶିବକ୍ରମ ଦୁଲହାନୀ ୭୦୦,୨୦୦ ଇକ୍ୱିଟି ସେୟାର, ସୁଜନଦାସ ଦୁଲହାନୀ ୭୦୦,୨୦୦ ଇକ୍ୱିଟି ସେୟାର, ତୁଷାର ଦୁଲହାନୀ ୩୫୦,୧୦୦ ଇକ୍ୱିଟି ସେୟାର ଓ ନିଖିଲ ଦୁଲହାନୀ ୩୫୦,୧୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
କଂପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସରେ ପ୍ରସ୍ତାବ ରହିଛି।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମର ଧାରା ୧୯(୨)(ବି) ଅନୁଯାୟୀ ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କୁ ଆବଂଟନ କରାଯିବ। କ୍ୟୁଆଇବି ଭାଗର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିର୍ତିରେ କେବଳ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ। ଯଦି ରଖାଯାଇଥିବା ସମସ୍ତ ସେୟାର ପାଇଁ ମ୍ୟୁଚୁଆଲ ଫଣ୍ଡଠାରୁ ବିଡ ଆସିବ ନାହିଁ ତେବେ ବଳକା ସେୟାରକୁ କ୍ୟୁଆଇବିମାନଙ୍କୁ ଜାରି କରାଯିବ।
ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ। ଅଫରର ୩୫ ପ୍ରତିଶତ ଇକ୍ୱିଟି ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ଆବଂଟନ କରାଯିବ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛି ୟୁନିଷ୍ଟୋନ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

fifteen + twelve =