Uncategorized

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “ସ୍ପର୍ଶ ସପ୍ତାହ ୨୦୨୪”ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଗ୍ରାହକ କୈନ୍ଦ୍ରୀକ ଅଭିଯାନ ‘ସ୍ପର୍ଶ ସପ୍ତାହ ୨୦୨୪’ ଆରମ୍ଭ କରାଯାଇଛି। ଅଗଷ୍ଟ ୫ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସପ୍ତାହରେ ବ୍ୟାଙ୍କ ଏହାର କର୍ମଚାରୀ ଓ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ଗ୍ରାହକ କୈନ୍ଦ୍ରୀକ ଅଭିଯାନ ଆୟୋଜନ କରିବ। ଗ୍ରାହକଙ୍କୁ ଉଲ୍ଲସିତ କରିବା ଲାଗି ବ୍ୟାଙ୍କର ରହିଥିବା ପ୍ରତିଶ୍ରୁତିକୁ ଏହି ଅଭିଯାନ ସୁଦୃଢ଼ କରିବ।
ସ୍ପର୍ଶ ସପ୍ତାହ ୨୦୨୪ରେ ବ୍ୟାଙ୍କ ପକ୍ଷରୁ ମାଷ୍ଟରକ୍ଲାସ, ଫାୟାରସାଇଡ ଚାଟ୍‌, ଗ୍ରାହକ ଓ ଲିଡରସିପ କନେକ୍ଟ ଏବଂ ପ୍ୟାନେଲ ଆଲୋଚନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେଥିରେ ବକ୍ତାମାନେ କର୍ମଚାରୀମାନଙ୍କ ସହ ସେମାନଙ୍କ ସମ୍ପର୍କ ଓ ଅନୁଭୂତିକୁ ବଖାଣିବେ। ଏହି ଅଭିଯାନରେ ବ୍ୟାଙ୍କ ପକ୍ଷରୁ ଏହାର ୫୫୦୦ ଶାଖା ମାଧ୍ୟମରେ ସ୍ୱତନ୍ତ୍ର ଅଫର ପ୍ରଦାନ କରିବ। ସେହି ଅଫରରେ ଗ୍ରାହକମାନେ ୨୪୯୯ ଟଙ୍କାର ବାର୍ଷିକ ପ୍ରିମିୟମରେ ୩୦ ଲକ୍ଷ ଟଙ୍କାର ପରିବାର ସ୍ୱାସ୍ଥ୍ୟ ବୀମା ପାଇପାରିବେ। ମାଗଣାରେ ଆକ୍ସିସ ଡାଇରେକ୍ଟ ଆକାଉଂଟର ଲାଭ ନେଇପାରିବେ। ଗାଡ଼ି ଋଣ ଉପରେ ୧୦୦% ପର୍ଯ୍ୟନ୍ତ ଅନରୋଡ ଫାଇନାନ୍ସ ସୁବିଧା ମିଳିବ ଓ ସୁଧ ହାର ୦.୫୦ ପ୍ରତିଶତ କମ ରହିବ। ଶିକ୍ଷାରେ ୧୦୦ ପ୍ରତିଶତ ଋଣ ସୁବିଧା ମିଳିବ। ଫାଷ୍ଟ ଫରୱାର୍ଡ ଓ ଶୁଭ ଆରମ୍ଭ ଗୃହ ଋଣରେ ୧୨ ଇଏମଆଇ ଛାଡ଼ ମିଳିବ। କ୍ରେଡିଟ କାର୍ଡ ଅଫର ଓ ଗ୍ରାବ ଡିଲ, ଇଜି ଡାଇନର ଓ ଟ୍ରାଭେଲ ଏଜ ଉପରେ ରିହାତି ମିଳିବ। ପ୍ରେଷ୍ଟିଜ ଓ ସଂପନ୍ନ ଆକାଉଂଟରେ ୨୫୦ ଟଙ୍କାର ଆମାଜନ ଭାଉଚର ମିଳିବ।
ଆକ୍ସିସ ବ୍ୟାଙ୍କର ଗ୍ରୁପ ଏକଜିକ୍ୟୁଟିଭ ବିଜୟ ମୁଲବାଗଲ କହିଛନ୍ତି ଯେ, “ ସ୍ପର୍ଶ ୨.୦ରେ ଗ୍ରାହକମାନଙ୍କୁ ଶୁଣିବା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ସ୍ୱତନ୍ତ୍ର ବିଷୟ ଉପରେ ଧ୍ୟାନ ଦିଆଯାଉଛି ଯାହା ଗ୍ରାହକଙ୍କୁ ଉଲ୍ଲସିତ କରି ସେମାନଙ୍କୁ ବ୍ୟାଙ୍କର ୧୦/୧୦ ପ୍ରମୋଟରରେ ପରିଣତ କରୁଛି। ସ୍ପର୍ଶ ସପ୍ତାହରେ ଉଭୟ ଗ୍ରାହକ ଓ କର୍ମଚାରୀମାନଙ୍କ ଲାଗି ଏହି ମୂଲ୍ୟବୋଧ ଉପରେ ଆଧାରିତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ସପ୍ତାହରେ ଗ୍ରାହକମାନଙ୍କ ଲାଗି ସ୍ୱତନ୍ତ୍ର ଅଫର ମଧ୍ୟ ରହିବ।”
ଚଳିତ ବର୍ଷ ବ୍ୟାଙ୍କ ପକ୍ଷରୁ କେତେକ ନିର୍ଦ୍ଦଷ୍ଟ ଶାଖାରେ ଗ୍ରାହକମାନଙ୍କ ଲାଗି ମିଟ ଆଣ୍ଡ ଗ୍ରିଟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଡିଜିଟାଲ ବ୍ୟାଙ୍କିଂ ସହିତ ବରିଷ୍ଠ ନାଗରିକ ଗ୍ରାହକଙ୍କୁ ଅଭ୍ୟସ୍ତ କରାଯିବ। କେତେକ ନିର୍ଦ୍ଦିଷ୍ଟ ସହରରେ ଟେଷ୍ଟ ଡ୍ରାଇଭ ଓ ଗ୍ରାହକଙ୍କୁ ଗାଡ଼ି ଋଣ ପ୍ରଦାନ କରାଯିବ। ଗ୍ରାହକ ଆଉଟରିଚ କାର୍ଯ୍ୟକ୍ରମ ସମାରୋହ ଜରିଆରେ ସମ୍ଭାବ୍ୟ ଗ୍ରାହକଙ୍କ ସହ ସଂପର୍କ ସ୍ଥାପନ କରାଯିବ। ବ୍ୟାଙ୍କର ଉତ୍ପାଦ ଓ ସେବା ବିଷୟରେ ସଚେନତନା ସୃଷ୍ଟି କରାଯିବ। ବଡ଼ କର୍ପୋରେଟ ଗ୍ରାହକଙ୍କୁ ସମ୍ବର୍ଦ୍ଧିତ କରାଯିବ।

Share

Leave a Reply

Your email address will not be published. Required fields are marked *

2 × 4 =