Business

ହିରୋ ଫିନ୍‌କର୍ପ ପକ୍ଷରୁ ୩୬୬୮.୧୩ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ


ଭୁବନେଶ୍ୱର: ହିରୋ ଫିନକର୍ପ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି ।
ଇନିସିଆଲ ପବ୍ଲିକ ଅଫର ଜରିଆରେ ଇକ୍ୱିଟି ସେୟାର ଜାରି କରି ୩୬୬୮.୧୩ କୋଟି ଟଙ୍କା ସଂଗ୍ରହ କରିବାକୁ କଂପାନି ଯୋଜନା ରଖିଛି । ଏଥିରୁ କମ୍ପାନି ୨୧୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ୧୫୬୮.୧୩ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ ।
ହିରୋ ଫିନକର୍ପ ହେଉଛି ଏକ ଅଣ ବ୍ୟାଙ୍କିଙ୍ଗ ଆର୍ôଥକ ସଂସ୍ଥା ଯାହା ମୁଖ୍ୟତଃ ଭାରତର ଖୁଚୁରା ବର୍ଗର ଗ୍ରାହକ ଏବଂ ଦ୍ରୁତ ଗତିରେ ସଂଗଠିତ ହେଉଥିବା ଏମଏସଏମଇ ଗ୍ରାହକ ବର୍ଗଙ୍କ ବିବିଧ ଆର୍ôଥକ ଆବଶ୍ୟକତାକୁ ପୂରଣ କରୁଛି । କଂପାନି ଏମଏସଏମଇ ଓ ସିଆଇଏଫ ଋଣ ପ୍ରଦାନ କରୁଛି । ଏହାର ଖୁଚୁରା ଋଣରେ ରହିଛି ଗାଡ଼ି, ବ୍ୟକ୍ତିଗତ ଓ ବନ୍ଧକ ଋଣ । କଂପାନି ଦୀର୍ଘସ୍ଥାୟୀ ହିରୋ ବ୍ରାଣ୍ଡ ଅଧୀନରେ ପରିଚାଳିତ ହେଉଛି ଏବଂ ଏହାର ପ୍ରମୋଟର ହିରୋ ମୋଟୋକର୍ପ ଲିମିଟେଡର ଦୀର୍ଘସ୍ଥାୟୀ କର୍ପୋରେଟ ଐତିହ୍ୟର ଲାଭ ପାଉଛି ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କଂପାନି ଭବିଷ୍ୟତରେ କଂପାନିର ବ୍ୟବସାୟ ଅଭିବୃଦ୍ଧିରୁ ଋଣ ପାଇଁ ହେବାକୁ ଥିବା ଚାହିଦା ଲାଗି ପୁଞ୍ଜି ଆବଶ୍ୟକତା ପୂରଣ କରିବା ନିମନ୍ତେ ଟାୟାର-୧ କ୍ୟାପିଟାଲ ଆଧାର ବଢ଼ାଇବାରେ ବ୍ୟବହାର କରିବ । ନିୟମିତ ବ୍ୟବଧାନରେ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରୁଥିବା ପୁଂଜି ସ୍ୱଚ୍ଛଳତା ହାର ନିୟମକୁ ପାଳନ କରିବାକୁ ପଡ଼ିଥାଏ ।
କଂପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ବିଓଏଫଏ ସିକ୍ୟୁରିଟିଜ ଇଣ୍ଡିଆ ଲିମିଟେଡ, ଏଚଡିଏଫସି ବ୍ୟାଙ୍କ ଲିମିଟେଡ, ଏଚଏସବିସି ସିକ୍ୟୁରିଟିଜ ଆଣ୍ଡ କ୍ୟାପିଟାଲ ମାର୍କେଟସ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ, ଆସଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ, ଜେଫେରିଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଓ ଏସବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡ ।

Share

Leave a Reply

Your email address will not be published. Required fields are marked *

3 × three =