Uncategorized

ୟୁନିକମର୍ସ ଇସଲ୍ୟୁସନ୍ସ ଲିମିଟେଡ୍‌ର ଇନିସିଆଲ୍ ପବ୍ଲି୍‌୍‌କ୍ ଅଫର୍ ଅଗଷ୍ଟ ୬ରେ ଖୋଲିବ

ଭୁବନେଶ୍ୱର: ୟୁନିକମର୍ସ ଇସଲ୍ୟୁସନ୍ସ ଲିମିଟେଡ୍ ପକ୍ଷରୁ ଇକ୍ୱିଟି ସେୟାର ପାଇଁ ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଅଗଷ୍ଟ ୬ରେ ଖୋଲିବ । ଏହି ଇସ୍ୟୁରେ ୨୫,୬୦୮,୫୧୨ ଇକ୍ୱିଟି ସେୟାରକୁ ଅଫର ଫର୍ ସେଲ୍‌ରେ ଉପଲବ୍ଧ ହେବ । ଆକେଭେକ୍ଟର ଲିମିଟେଡ୍ ପକ୍ଷରୁ ୯,୪୩୮,୨୭୨ ଇକ୍ୱିଟି ସେୟାର ଓ ଏସ୍‌ବି ଇନଭେଷ୍ଟମେଂଟ୍ ହୋଲ୍‌ଡିଂସ୍ ପିଟିଇ ପକ୍ଷରୁ ୧୬,୧୭୦,୨୪୦ ଇକ୍ୱିଟି ସେୟାର ବିକ୍ରି କରାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ସିଏଲଏସ୍‌ଏ ଇଣ୍ଡିଆ ପ୍ରାଇଭେଟ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ।
ଏହି ଅଫରର ଉଦ୍ଦେଶ୍ୟ ହେଉଛି ଅଂଶଧନକାରୀମାନଙ୍କ ୨୫,୬୦୮,୫୧୨ ଇକ୍ୱିଟି ସେୟାର ବିକ୍ରି କରାଯିବ । ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ନିବେଶ କରାଯିବ । ଏନ୍‌ଏସ୍‌ଇ ହେଉଛି ଏହି ଅଫରର ଡେଜିଗ୍‌ନେଟେଡ୍ ଷ୍ଟକ୍ ଏକ୍ସଚେଂଜ୍ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ନିୟମ ଅନୁସାରେ ଯୋଗ୍ୟ ସଂସ୍ଥାଗତ ନିବେଶକ(କ୍ୟୁଆଇବି)ଙ୍କ ପାଇଁ ଅଫରର ୭୫ ପ୍ରତିଶତ ଇକ୍ୱିଟି ସେୟାର ରହିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଉପଲବ୍ଧ ରହିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ଘରୋଇ ମ୍ୟୁଚୁଆଲ୍ ଫଣ୍ଡ ପାଇଁ ରଖାଯିବ । ଯଦି ମ୍ୟୁଚୁଆଲ୍ ଫଣ୍ଡ ସଂସ୍ଥାଠାରୁ ଆଶାନୁରୂପ ଅଫର ଆସିବ ନାହିଁ ତେବେ ଅବଶିଷ୍ଟ ଇକ୍ୱିଟ ରାଶିକୁ ନେଟ୍ କ୍ୟୁଆଇବିରେ ଯୋଡ଼ି ଦିଆଯିବ ।
ପୁନଶ୍ଚ, ନେଟ୍ କ୍ୟୁଆଇବିର ୫ ପ୍ରତିଶତ ଭାଗକୁ ସମାନୁପାତିକ ଭିତିରେ କେବଳ ମ୍ୟୁଚୁଆଲ୍ ଫଣ୍ଡକୁ ପ୍ରଦାନ କରାଯିବ । ଅବଶିଷ୍ଟ କ୍ୟୁଆଇବି ଭାଗକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କ ବ୍ୟତୀତ ସମସ୍ତ କ୍ୟୁଆଇବି ବିଡର୍‌ମାନଙ୍କ ପାଇଁ ରହିବ । ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ଅଫରର ୧୦ ପ୍ରତିଶତ ରାଶିକୁ ଖୁଚୁରା ବ୍ୟକ୍ତିଗତ ବିଡର୍‌ମାନଙ୍କ ଲାଗି ଉପଲବ୍ଧ କରାଯିବ ।

Share

Leave a Reply

Your email address will not be published. Required fields are marked *

four × five =