Uncategorized

ୟେଜ୍‌ଦି ମୋଟରସାଇକଲ୍‌ସ୍ ପକ୍ଷରୁ ଉନ୍ନତ ଡିଜାଇନ୍ ଓ ଦମଦାର ପ୍ରଦର୍ଶନ ସହ ଜାୱା ୟେଜ୍‌ଦି ଆଡ୍‌ଭେଂର ଉନ୍ମୋଚିତ

ଭୁବନେଶ୍ୱର: ଜାୱା ୟେଜ୍‌ଦି ମୋଟରସାଇକଲ୍‌ସ୍ ପକ୍ଷରୁ ୟେଜ୍‌ଦି ଆଡ୍‌ଭେଚଂର୍ସକୁ ଉନ୍ମୋଚନ କରାଯାଇଛି ଯାହାର ପ୍ରାରମ୍ଭିକ ଏକ୍ସ ସୋ’ରୁମ୍ ଦାମ୍ ୨,୦୯,୯୦୦ ଟଙ୍କା ରହିଛି । ଏହାର ଡିଜାଇନ୍ ବେଶ ଉନ୍ନତ ହୋଇଥିବା ବେଳେ ଅତୁଳନୀୟ ପ୍ରଦର୍ଶନ ଏବଂ ବହୁ ସୁବିଧାସୁଯୋଗ ଏଥିରେ ରହିଛି । ଆଡ୍‌ଭେଂଚର ବାଇକ୍ ଚାହୁଥିବା ରାଇଡର୍‌ମାନଙ୍କ ଲାଗି ଏଥିରେ ସବୁ କିଛି ରହିଛି ।
ଏ ସମ୍ପର୍କରେ ଜାୱା ୟେଜ୍‌ଦି ମୋଟରସାଇକଲ୍‌ସର ସିଇଓ ଶ୍ରୀ ଆଶିଷ ସିଂହ ଯୋଶୀ କହିଛନ୍ତି ଯେ, “ୟେଜଦିି ଆଡଭେଂଚର ସର୍ବଦା ସଠିକ ସନ୍ତୁଳନ ସୃଷ୍ଟି କରିଆସିଛି । ଯେକୌଣସି ଭୌଗଳିକ ଓ ପ୍ରତିକୂଳ ପରିସ୍ଥିତି ଭିତ୍ତିକ ଭୂ-ଭାଗ ପାଇଁ ଏହାକୁ ଗଠନ କରାଯାଇଛି । ଆମେ ଆମର ନୂତନ ଆଲଫା୨ ଲିକ୍ୱିଡ୍ କୁଲ୍‌ଡ ଇଞ୍ଜିନ ସହ ଛଅ-ସ୍ପିଡ୍ ଗିଅରବକ୍ସକୁ ବଜାୟ ରଖିଛୁ ଏବଂ ସୁଇଚେବଲ ଏବିଏସ୍ ମୋଡ୍ ଭଳି ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ଯୋଡିଛୁ । କିନ୍ତୁ ଆମେ ବୋଲ୍ଡ ଡିଜାଇନ୍‌, ଉନ୍ନତ ବୈଶିଷ୍ଟ୍ୟ ଏବଂ ଏକ ଅପରାଜିତ ପ୍ରଦର୍ଶନର ତିନୋଟିର ସମନ୍ୱୟରେ ବୈପ୍ଲବୀକ ପରିବର୍ତ୍ତନ ଅଣିବାକୁ ଆଶା ରଖିଛୁ । ଆମେ ବର୍ତ୍ତମାନ ମୂଲ୍ୟ ସହିତ ବିପ୍ଳବର ଆଉ ଏକ ସ୍ତର ଯୋଡିଛୁ । ତେଣୁ ମୁଁ ନିଶ୍ଚିତ ଯେ ନୂତନ ୟେଜଦି ଆଡଭେଂଚର ଗମ୍ଭୀର ଦୁଃସାହସିକ ରାଇଡରଙ୍କ ପାଇଁ ପ୍ରଥମ ପସନ୍ଦ ଭାବରେ ପ୍ରାଧାନ୍ୟ ଲାଭ କରିବ । ଏହା କେବଳ ମୋଟରସାଇକଲ ନୁହେଁ; ଏହା ହେଉଛି ଏହାର ଶ୍ରେଣୀରେ ନୂତନ ମାନଦଣ୍ଡ ।”
ୟେଜ୍‌ଦି ଆଡ୍‌ଭେଂଚର୍‌ରେ ରହିଥିବା ନୂଆ ପିଢ଼ିର ଆଲ୍‌ଫା ୨ ୩୩୪ ସିସି ଲିକ୍ୱିଡ୍ କୁଲ୍‌ଡ ଇଂଜିନ୍ ଯାହା ଆରାମଦାୟକ ପ୍ରଦର୍ଶନ ଦେବା ସହ ସାମଗ୍ରିକ ଗାଡ଼ି ଚାଳନା ଅନୁଭୂତି ବଢ଼ାଇବ । ଏହି ଶକ୍ତିଶାଳୀ ଇଂଜିନ୍‌ରୁ ୨୯.୬ ପିଏସ୍ ଓ ୨୯.୯ ଏନ୍‌ଏମ୍ ଶକ୍ତି ସୃଷ୍ଟି ହେବ । ଏହାକୁ ଏଭଳି ଭାବେ ଗଠନ କରାଯାଇଛି ଯାହା ଦ୍ୱାରା ଗାଡ଼ିକୁ ଚଲାଇବା ବେଶ୍ ସହଜ ହେବ ଏବଂ ଅଫ୍ ରୋଡିଂ ସମୟରେ ରୋମାଂଚ ପ୍ରଦାନ କରିବ । ହାର ୨୨୦ ଏମ୍‌ଏମ୍ ଗ୍ରାଉଣ୍ଡ କ୍ଳିୟରାନ୍ସ ଅଫରୋଡିଂ ଓ ଟୁରିଂ ବେଳେ ଆରାମ ପ୍ରଦାନ କରିବ । ଯେକୌଣସି ପଥକୁ ଅତି ସହଜରେ ଅତିକ୍ରମ କରିବାର ବିଶ୍ୱାସ ଏହା ପ୍ରଦାନ କରିବ ।
ସୁରକ୍ଷା ଓ ଦୀର୍ଘସ୍ଥାୟିତ୍ୱ ପାଇଁ ଏଥିରେ ନୂଆ ସମ୍ପ ଗାର୍ଡ ରହିଛି ଯାହା ଇଂଜିନ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପକରଣକୁ ସୁରକ୍ଷା ପ୍ରଦାନ କରିବ । ଟର୍ଣ୍ଣାଡୋ ବ୍ଲାକ୍‌, ମ୍ୟାଗ୍ନାଇଟ୍ ମେରୁନ୍‌, ୱଲ୍‌ଫ ଗ୍ରେ ଓ ଗ୍ଲାସିୟର ହ୍ୱାଇଟ୍ ଭଳି ରଙ୍ଗରେ ଏହା ଉଭୟ ମ୍ୟାଟ୍ ଓ ଡୁଆଲ୍ ଟୋନ୍ ରଙ୍ଗରେ ଉପଲବ୍ଧ ହେବ । ରାଇଡର୍‌ଙ୍କ ସୁବିଧା ଲାଗି ଏଥିରେ ୟୁଏସ୍‌ବି ଚାର୍ଜର, ବ୍ଲୁଟୁଥ୍ ସଂଯୋଗ ଓ ଟର୍ଣ୍ଣ ବାଏ ଟର୍ଣ୍ଣ ନାଭିଗେସନ୍ ରହିଛି ।
ଏହାର ଟର୍ଣ୍ଣାଡୋ ବ୍ଲାକ୍ ଭାରିଆଂଟ୍‌ର ଏକ୍ସ ସୋ’ରମ୍ ଦିଲ୍ଲୀ ମୂଲ୍ୟ ୨,୦୯,୯୦୦ ଟଙ୍କା, ମ୍ୟାଗ୍ନାଇଟ୍ ମେରୁନ୍ ଡିଟି ଦାମ୍ ୨,୧୨,୯୦୦ ଟଙ୍କା, ୱଲ୍‌ଫ ଗ୍ରେ ଡିଟି ଦାମ୍ ୨,୧୫,୯୦୦ ଟଙ୍କା ଓ ଗ୍ଲାସିୟର ହ୍ୱାଇଟ୍ ଡିଟି ଦାମ୍ ୨,୧୯,୯୦୦ ଟଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

3 + seventeen =