Uncategorized

ବେଦାନ୍ତ ଗ୍ରୁପ୍‌ର ବଜାର ପୁଞ୍ଜି ୨୦୨୪-୨୫ରେ ୨.୨ ଲକ୍ଷ କୋଟି ଟଙ୍କା ବୃଦ୍ଧି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବଜାରରେ ଦେଖାଦେଇଥିବା ଅସ୍ଥିରତାକୁ ପ୍ରତିହତ କରି ବେଦାନ୍ତ ଗ୍ରୁପ୍ ଚଳିତ ଆର୍ଥିକ ବର୍ଷରେ ବର୍ତମାନ ସୁଦ୍ଧା ଦଲାଲ୍ ଷ୍ଟ୍ରିଟ୍‌ରେ ନିବେଶକମାନଙ୍କ ଲାଗି ସର୍ବାଧିକ ସମ୍ପତି ସୃଷ୍ଟି କରିଛି । ଭାରତର ଅଗ୍ରଣୀ କମ୍ପାନି ଯଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ମହିନ୍ଦ୍ରା ଗ୍ରୁପ ଓ ଟାଟା ଗ୍ରୁପ୍‌ଠାରୁ ଏହାର ବଜାର ପୁ୍‌ଞ୍ଜିରେ ଅଧିକ ବୃଦ୍ଧି ଘଟିଛି ।
୨୦୨୪ ମାର୍ଚ୍ଚ ୨୮ରୁ ଜୁନ୍ ୨୦ ମଧ୍ୟରେ ବେଦାନ୍ତ ଗ୍ରୁପ୍‌ର ବଜାର ପୁ୍‌ଞ୍ଜି ପରିମାଣ ୨.୨ ଲକ୍ଷ କୋଟି ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ସେହି ସମୟରେ ଆଦାନି ଗ୍ରୁପ ଓ ମହିନ୍ଦ୍ରା ଗ୍ରୁପ୍‌ର ବଜାର ପୁଞ୍ଜି ୧.୪ ଲକ୍ଷ କୋଟି ଟଙ୍କା ଲେଖାଏଁ ବଢ଼ିଥିବା ବେଳେ ଟାଟା ଗ୍ରୁ୍‌ର ବଜାର ପୁଞ୍ଜିରେ ୬୦,୬୦୦ କୋଟି ଟଙ୍କାର ବୃଦ୍ଧି ଘଟିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବଜାର ପୁଞ୍ଜି ୮୨୦୦ କୋଟି ଟଙ୍କା ହ୍ରାସ ପାଇଛି ।
ଏହି ଚମତ୍କାର ପ୍ରଦର୍ଶନ ଯୋଗୁଁ ହିନ୍ଦୁସ୍ତାନ ଜିଙ୍କରେ ଥିବା ଭାରତ ସରକାରଙ୍କ ୨୯.୫ ପ୍ରତିଶତ ଅଂଶଧନ ପରିମାଣ ଦ୍ୱିଗୁଣିତ ହୋଇ ୮୦୦୦୦ କୋଟି ଟଙ୍କା ହୋଇଛି ।
୨୦୨୪ ଜୁନ୍ ୨୦ ସୁଦ୍ଧା ବେଦାନ୍ତ ଗ୍ରୁପ୍‌ର ବଜାର ପୁ୍‌ଞ୍ଜି ପରିମାଣ ୪,୪୮,୪୫୪.୨ କୋଟି ଟଙ୍କା ରହିଥିବା ବେଳେ ମହିନ୍ଦ୍ରା ଗ୍ରୁପ୍‌ର ୫,୫୭,୭୯୭.୭ କୋଟି ଟଙ୍କା, ଆଦାନି ଗ୍ରୁପ୍‌ର ୧୭,୩୪,୫୦୩ କୋଟି ଟଙ୍କା, ଟାଟା ଗ୍ରୁପ୍‌ର ୩୦,୬୩,୮୧୦ କୋଟି ଟଙ୍କା ଏବଂ ରିଲାଏନ୍ସ ଗ୍ରୁପ୍‌ର ବଜାର ପୁଞ୍ଜି ପରିମାଣ ୨୨, ୬୭,୩୩୧ କୋଟି ଟଙ୍କା ରହିଛି ।
ପ୍ରସ୍ତାବିତ ଡିମର୍ଜର, ମୂଲ୍ୟକୁ ଜାଗ୍ରତ କରିବା ଉପରେ ନିରନ୍ତର ଗୁରୁତ୍ୱ ଏବଂ ଆୟରେ ବୃ୍‌ଦ୍ଧି କାରଣରୁ ବେଦାନ୍ତ ଓ ହିନ୍ଦୁସ୍ତାନ ଜିଙ୍କ ସେୟାର ମୂଲ୍ୟରେ ଦୁଇ ଗୁଣା ବୃଦ୍ଧି ଘଟିଛି । ବେଦାନ୍ତ ସମଗ୍ର ବିଶ୍ୱରେ ସବୁଠୁ ସୁଲଭ ଆଲୁମିନିୟମ ଓ ଜିଙ୍କ ଉତ୍ପାଦନକାରୀ ହୋଇରହିଛି । ଏହାର ରାଜସ୍ୱ ଦ୍ୱିତୀୟ ସର୍ବାଧିକ ୧,୪୧,୭୯୩ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୩୬,୪୫୫ କୋଟି ଟଙ୍କା ରହିଛଇ । ବେଦାନ୍ତ ଗ୍ରୁପ୍ ଏହାର ଇବିଆଇଡିଟିଏକୁ ୧୦ ବିଲିଅନ୍ ଡଲାରରେ ପହଂଚାଇବାକୁ ଯୋଜନା ରଖିଛି ।
ନିବେଶକମାନଙ୍କ ଭିତରେ ବେଦାନ୍ତର ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଛି । କାରଣ ସଂସ୍ଥାଗତ ନିବେଶକମାନେ କିଣାକିଣି ବଢ଼ାଇଥିବା ବେଳେ ବିଦେଶୀ ସଂସ୍ଥାଗତ ନିବେଶକଙ୍କ ଅଂଶଧନ ବେଦାନ୍ତରେ ୮.୭୭%କୁ ବୃଦ୍ଧି ପାଇଛି ଯାହା ବର୍ଷକ ପୂର୍ବରୁ ୭.୭୪% ଥିଲା ।
ବେଦାନ୍ତର ଋଣ ସମସ୍ୟା ମଧ୍ୟବର୍ତୀକାଳନୀ ଭିତିରେ ପ୍ରାୟ ସମାଧାନ ହୋଇଯାଇଥିବାରୁ କମ୍ପାନି ଅଭିବୃଦ୍ଧି ଉପରେ ଜୋର ଦେବ ଯାହା ଏହାର ଷ୍ଟକ୍ ମୂଲ୍ୟକୁ ବଢ଼ାଇବ ବୋଲି ଅନୁମାନ କରାଯାଉଛି । ବ୍ରୋକରେଜ୍ ସଂସ୍ଥା ନୁଭାମା ଇନଷ୍ଟିଚ୍ୟୁସନାଲ୍ ଇକ୍ୱିଟିଜ୍ ବେଦାନ୍ତର ମୂଲ୍ୟ ୬୪୪ ଟଙ୍କାରେ ପହଂଚିବ ବୋଲି ଆକଳନ କରିଥିବା ବେଳେ ୨୦୨୪-୨୫ ଓ ୨୦୨୫-୨୬ରେ ଏହାର ଇବିଆଇଟିଡିଏ ଆକଳନକୁ ମଧ୍ୟ ତାହା ବଢ଼ଶଇଛି । କମ୍ପାନିର ଡିମର୍ଜରକୁ ମଧ୍ୟ ଋଣଦାତାମାନେ ମଂଜୁର କରିବା ଏକ ଉତ୍ସାହଜନକ ଖବର । ଇନଷ୍ଟେକ୍ ଆକଳନ ଅନୁସାରେ ବେଦାନ୍ତ ସେୟାର ମୂଲ୍ୟ ୪୭୩ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ଏବଂ ସିଏଲ୍‌ଏସ୍‌ଏ ଇଣ୍ଡିଆ କହିଛି ଯେ ଏହାର ଲାଭରେ ଉନ୍ନତି ହେବ ।

Share

Leave a Reply

Your email address will not be published. Required fields are marked *

one × one =