Business

ଆମାଜନ୍ ପକ୍ଷରୁ ପ୍ରୋପେଲ୍‌ର ଚତୁର୍ଥ ସିଜନ୍‌ର ଶୁଭାରମ୍ଭ, ୨୦୨୪ରେ ବିଶ୍ୱ ବଜାରରେ ୫୦ ଭାରତୀୟ ଷ୍ଟାର୍ଟଅପ୍‌କୁ ଉନ୍ମୋଚନ କରିବ

ଭୁବନେଶ୍ୱର: ଆମାଜନ୍ ଇଣ୍ଡିଆ ପକ୍ଷରୁ କଂଜ୍ୟୁମର ଉତ୍ପାଦ କ୍ଷେତ୍ରରେ ଷ୍ଟାର୍ଟଅପ୍ ପାଇଁ ବିଶ୍ୱସ୍ତରୀୟ ବିଜନେସ୍ ଆକ୍‌ସେଲରେଟର୍ ପ୍ରୋପେଲ୍‌ର ଚତୁର୍ଥ ସିଜନ୍ ଘୋଷଣା କରାଯାଇଛି । ଇ-କମର୍ସ ରପ୍ତାନିକୁ ବ୍ୟବହାର କରି ସାରା ଦୁନିଆରେ ଥିବା ଗ୍ରାହକମାନଙ୍କ ନିକଟରେ ପହଂଚିବା ଲାଗି ଭାରତୀୟ ବ୍ରାଣ୍ଡ୍ ଓ ଷ୍ଟାର୍ଟଅପ୍‌ଗୁଡ଼ିକୁ ସହଯୋଗ କରିବା ଲାଗି ସମର୍ପିତ ସହାୟତା ପ୍ରଦାନ କରିବା ପାଇଁ ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି । ପ୍ରୋପେଲ୍ ସିଜନ୍‌-୪ରେ ୫୦ଟି ଷ୍ଟାର୍ଟଅପ୍‌କୁ ଆନ୍ତର୍ଜାତିକ ବଜାରରେ ପ୍ରବେଶ ଲାଗି ସହଯୋଗ କରାଯିବ ଏବଂ ଭରତରେ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ସୃଷ୍ଟି କରାଯିବ ।
ଅଂଶଗ୍ରହଣକାରୀ ଷ୍ଟାର୍ଟଅପ୍‌ଗୁଡ଼ିକ ୧.୫ ନିୟୁତ ଡଲାର ଏଡବ୍ଲୁଏସ୍ ଆକ୍ଟିଭେଟ୍ କ୍ରେଡିଟ୍‌, ଛଅ ମାସ ପାଇଁ ମାଗଣା ଲଜିଷ୍ଟିକ୍ ସୁବିଧା ଏବଂ ଆକାଉଂଟ୍ ପରିଚାଳନା ସୁବିଧା ପାଇପାରିବେ । ଶ୍ରେଷ୍ଠ ତିନି ବିଜେତାଙ୍କୁ ଆମାଜନ ତରଫରୁ ୧୦୦,୦୦୦ ଡଲାର ଅନୁଦାନ ପ୍ରଦାନ କରାଯିବ । ରାଜସ୍ୱଭିତିକ ଫାଇନାନ୍ସ ସଂସ୍ଥା କ୍ଲବ୍‌, ଭେଲୋସିଟି ଓ ଗେଟ୍‌ଭାଟେଂଜ୍ ସହିତ ଯୋଡି ହେବାରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ଆମାଜନ୍ ସହଯୋଗ କରିବ ।
ଏହି କାର୍ଯ୍ୟକ୍ରମ ପାଇଁ ଆବେଦନର ଶୁଭାରମ୍ଭ ହୋଇଥିବା ବେଳେ ୨୦୨୪ ଜୁନ୍ ୧୪ ରେ ବନ୍ଦ ହେବ । ଏକ ଡେମୋ ଡେ’ରେ ଅଂଶଗ୍ରହଣକାରୀ ଷ୍ଟାର୍ଟଅପ୍‌ଗୁଡ଼ିକ ଭିସି ସଂସ୍ଥା ଆଗରେ ନିଜ ଆଇଡିଆ ପିଚ୍ କରିପାରିବେ ଏବଂ ନିଜ ବ୍ୟବସାୟର ସମ୍ପ୍ରସାରଣ ଲାଗି ପାଣ୍ଠି ପାଇପାରିବେ । ଆମାଜନ ପକ୍ଷରୁ ଏଥିପାଇଁ ଏକ ମେଂଟରସିପ୍ ବୋର୍ଡ ଗଠନ କରାଯାଇଛି । ଭେଟେରାନ୍ ଉଦ୍ୟୋଗୀ ଓ ଆଲୁମ୍‌ିନିମାନଙ୍କୁ ନେଇ ଆମାଜନ୍ ପକ୍ଷରୁ ଅଧିବେଶନ ଆୟୋଜନ କରାଯିବ ।
ଆମାଜନ ଇଣ୍ଡିଆର ଗ୍ଲୋବାଲ ଟ୍ରେଡ୍ ନିର୍ଦ୍ଦେଶକ ଭୂପେନ ୱାକାନକର କହିଛନ୍ତି ଯେ, “ପ୍ରୋପେଲ୍ ଆକ୍ସେଲେରେଟରର ଚତୁର୍ଥ ସିଜିନ୍ ଶୁଭାରମ୍ଭ ନେଇ ମୁଁ ଉତ୍ସାହିତ । ମିନିମାଲିଷ୍ଟ, ସିରୋନା, ଇକୋରାଇଟ୍‌, ପର୍ଫୋରା ଏବଂ ବଟରଫ୍ଲାଇ ଏଡୁଫିଲ୍ଡ ସମେତ ଆମେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱସ୍ତରରେ ୭୦ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍‌କୁ ବିଶ୍ୱସ୍ତରରେ ପହଂଚିବାରେ ସାହାଯ୍ୟ କରିଛୁ । ଉଦୀୟମାନ କମ୍ପାନିଗୁଡିକୁ ସେମାନଙ୍କ ବ୍ୟବସାୟିକ ପ୍ରସ୍ତାବକୁ ଜୀବନ୍ତ କରିବା ଏବଂ ଭାରତରୁ ବିଶ୍ୱସ୍ତରରେ ଲୋକପ୍ରିୟ ବ୍ରାଣ୍ଡ ସୃଷ୍ଟି କରିବାର ସୁଯୋଗ ଦେବା ପାଇଁ ଆମେ ପ୍ରୋପେଲ୍ ଆକ୍ସେଲେରେଟର ଆରମ୍ଭ କରିଥିଲୁ ଏବଂ ଆମେ ପ୍ରୋପେଲର ଏକ ନୂତନ ଋତୁ ପାଇଁ ଉତ୍ସାହିତ । ଚଳିତ ବର୍ଷ ଭାରତରୁ ୫୦ ଷ୍ଟାର୍ଟଅପ୍‌କୁ ବିଶ୍ୱ ବଜାରରେ ଶୁଭାରମ୍ଭ କରିବାରେ ସାହାଯ୍ୟ କରିବା ପାଇଁ ବିସ୍ତୃତ ଲାଭ ଏବଂ ସମର୍ଥନ ସହିତ ସିଜିନ୍ ୪ ବଡ଼ ଏବଂ ଉନ୍ନତ ହୋଇଛି । ୨୦୨୫ ସୁଦ୍ଧା ଭାରତରୁ ୨୦ ବିଲିୟନ ଡଲାରର ଇ-କମର୍ସ ରପ୍ତାନି ସକ୍ଷମ କରିବା ପାଇଁ ଆମର ପ୍ରତିବଦ୍ଧତାର ଏକ ପ୍ରମୁଖ ଅଂଶ ହେଉଛି ଏହି କାର୍ଯ୍ୟକ୍ରମ ।’’
ପ୍ରୋପେଲ୍ ଆକ୍ସେଲେରେଟର ସିଜନ-୩ର ଅନ୍ୟତମ ବିଜେତା ପର୍ଫୋରାର ସହ ପ୍ରତିଷ୍ଠାତା ତୁଷାର ଖୁରାନା କହିଛନ୍ତି ଯେ, “ପରଫୋରାରେ ଆମେ ବିଶ୍ୱସ୍ତରରେ ବିକ୍ରି ପାଇଁ ସବୁବେଳେ ଉତ୍ସାହିତ ଥିଲୁ । ଅତୀତରେ ଆମେ ଭାରତରୁ ବିଶ୍ୱ ପାଇଁ ତିଆରି କରିଥିବା ବ୍ରାଣ୍ଡଗୁଡିକଠାରୁ ପ୍ରେରିତ ହୋଇଛୁ ଏବଂ ଓରାଲ କେୟାର ଭଳି ଏକ ବର୍ଗର ସାର୍ବଜନୀନ ପ୍ରକୃତିକୁ ଦୃଷ୍ଟିରେ ରଖି ବିଶ୍ୱ ବଜାରକୁ ବିକ୍ରି କରିବା ସର୍ବଦା ଯୋଜନାରେ ଥିଲା । ୨୦୨୩ରେ ଆମେ ପ୍ରୋପେଲ୍ ଷ୍ଟାର୍ଟଅପ୍ ଆକ୍ସେଲେରେଟରର ତୃତୀୟ ସଂସ୍କରଣ ପାଇଁ ନାମ ପଞ୍ଜୀକରଣ କରିବା ପରେ ଏହି ଦିଗରେ ଏକ ପ୍ରୋତ୍ସାହନ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆମେ ଆମର ବଜାର ଉନ୍ମୋଚନକୁ ତ୍ୱରାନ୍ୱିତ କରିଥିଲୁ, ସେମାନଙ୍କ ଅଭିଜ୍ଞତାରୁ ଶିଖିବା ପାଇଁ ସଠିକ୍ ସମର୍ଥକମାନଙ୍କ ସହ ଯୋଗାଯୋଗ କରିଥିଲୁ ଏବଂ ପ୍ରାସଙ୍ଗିକ ବୁଝାମଣା ହାସଲ କରିବା ପାଇଁ ଭିସି ସଂସ୍ଥା ଏବଂ ଅନ୍ୟ ଶିଳ୍ପ ନେତୃବୃନ୍ଦଙ୍କ ସହ ଯୋଗାଯୋଗ କରିଥିଲୁ । ଆମାଜନ୍ ଟିମ୍ ଆମକୁ ସ୍ଥାପନାରୁ ଶୁଭାରମ୍ଭ ପର୍ଯ୍ୟନ୍ତ ସମର୍ଥନ କରିଥିଲା ଏବଂ ଏହି କାର୍ଯ୍ୟକ୍ରମ ଆମର ବିଶ୍ୱସ୍ତରୀୟ ଅଭିଳାଷ ପାଇଁ ଉତ୍ପ୍ରେରକ ଭୂମିକା ଗ୍ରହଣ କରିଛି । ଏହା କେବଳ ଆରମ୍ଭ ଏବଂ ଆମେ ପର୍ଫୋରାକୁ ସାରା ବିଶ୍ୱର ଗ୍ରାହକଙ୍କ ପାଖରେ ପହଂଚାଇବାକୁ ଉତ୍ସାହିତ ।’’

Share

Leave a Reply

Your email address will not be published. Required fields are marked *

two + 8 =