Wednesday, November 20, 2024
Latest:
ଶିକ୍ଷା

ଆଇଆଇଏମ୍ ସମ୍ବଲପୁର ଓ ଏନ୍‌ଏସ୍‌ଇ ଏକାଡେମି ପକ୍ଷରୁ “ପ୍ରଯୁକ୍ତି ନବସୃଜନର ଯୁଗ ପାଇଁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଫିନ୍‌ଟେକ୍ ଲିଡର୍‌” ଉପରେ ରାଉଣ୍ଡଟେବୁଲ୍ ଆଲୋଚନା ଆୟୋଜିତ

ଭୁବନେଶ୍ୱର: ଆଇଆଇଏମ୍ ସମ୍ବଲପୁର ଓ ଏନ୍‌ଏସ୍‌ଇ ଏକାଡେମି ପକ୍ଷରୁ ଏନ୍‌ଏସ୍‌ଇ ମୁମ୍ବାଇରେ “ନେଭିଗେଟିଂ ଡିସ୍‌ରପ୍‌ସନ୍‌: ପ୍ରଯୁକ୍ତି ନବସୃଜନର ଏକ ଯୁଗ ପାଇଁ ଭବିଷ୍ୟତ ଲାଗି ପ୍ରସ୍ତୁତ ଫିନ୍‌ଟେକ୍ ଲିଡର’ ସମ୍ପର୍କିତ ଏକ ରାଉଣ୍ଡ ଟେବୁଲ୍ ଆଲୋଚନା ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ, ଏନ୍‌ଏସ୍‌ଇ ଏକାଡେମିର ସିଇଓ, ସୋରବର୍ଣ୍ଣ ବିଜନେସ୍ ସ୍କୁଲ୍ (ପ୍ୟାରିସ୍‌)ର ଡିନ୍ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫିନ୍‌ଟେକ୍ ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ରର ଆଠ ଜଣ ବିଶେଷଜ୍ଞ ବକ୍ତା ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ବିଏଫ୍‌ଏସ୍‌ଆଇ ଶିଳ୍ପ, ଶିକ୍ଷା ଓ ଫିନ୍‌ଟେକ୍ ଶିଳ୍ପର ଅଗ୍ରଣୀ ସିଏକ୍ସଓଙ୍କ ସମେତ ୫୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ ।

ଏହି ରାଉଣ୍ଡଟେବୁଲ୍ ଆଲୋଚନାରେ ପ୍ରଯୁକ୍ତି ନବସୃଜନ, ନିୟାମକ ପରିବର୍ତନ ଏବଂ ପିଢ଼ିଭିତିକ ଚମତ୍କାର ଆଦି ଯୋଗୁଁ ଦେଖାଦେଇଥିବା ପରିବର୍ତନର ମୁକାବିଲା ଓ ଅତିକ୍ରମ କରିବା ପାଇଁ ଫିନ୍‌ଟେକ୍ ନେତୃତ୍ୱର ଭୂମିକାକୁ ଅନୁସନ୍ଧାନ କରାଯାଇଥିଲା ।

ଆଲୋଚନାରେ ନିଓ ବ୍ୟାଙ୍କିଙ୍ଗ, ଓପନ ବ୍ୟାଙ୍କିଙ୍ଗ ଓ ଏଗ୍ରିଗେଟର ଭଳି ପରିବର୍ତନ ଉପରେ ଆଲୋକପାତ କରାଯାଇଥିଲା । ବାଏ ନାଓ ପେ ଲେଟର, ଆଲ୍‌ଗୋ ଟ୍ରେଡିଂ, ଏମ୍ବେଡେଡ୍ ପେମେଂଟ୍ ଉପରେ ମଧ୍ୟ ଆଲୋଚନା ହୋଥିଥିଲା । ନିୟାମକ, ତଥ୍ୟ ସୁରକ୍ଷା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ସମ୍ପତି ସୃଷ୍ଟି, ସାମାଜିକ ପ୍ରଭାବ ଏବଂ ବଜାର ସଚେନତତା ଭଳି ଆହ୍ୱାନର ମୁକାବିଲା କରିବା ଲାଗି ଆବଶ୍ୟକ ଜ୍ଞାନ ଓ ଦକ୍ଷତା ଉପରେ ଆଲୋଚନା କରାଯାଇଥିଲା ।

ବର୍ତମାନ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ ଫିନ୍‌ଟେକ୍ ହବ୍ ଏବଂ ଏହା ୨୦୩୦ ସୁଦ୍ଧା ୪୦୦ ବିଲିଅନ୍ ଡଲାରର ବ୍ୟବସାୟ ସୃଷ୍ଟି କରିବ । ଅଭିବୃଦ୍ଧିର ଏହି ସମ୍ଭାବନା ଦ୍ୱାରା ଦକ୍ଷତା ଲିଡର ଓ ମ୍ୟାନେଜରଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି ହେବ । ଏକାଧିକ ସାର୍ଟିଫିକେସନର ଉପଲବ୍ଧତା ସହ ନୂଆ ପିଢ଼ିର ଫିନ୍‌ଟେକ୍ ପ୍ରବନ୍ଧକ ଓ ଲିଡରମାନଙ୍କୁ ଫିନ୍‌ଟେକ୍‌ରେ ହେଉଥିବା ପରିବର୍ତନ ସମ୍ପର୍କିତ ବ୍ୟାପକ ଓ ସ୍ୱତନ୍ତ୍ର ତାଲିମର ଆବଶ୍ୟକତା ରହିଛି ।

ସେହି ଆବଶ୍ୟକତାକୁ ଚିହ୍ନଟ କରି, ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଏନ୍‌ଏସ୍‌ଇ ଏକାଡେମି ସହଯୋଗିତା “ଏମ୍‌ବିଏ ଇନ୍ ଫିନ୍‌ଟେକ୍ ମ୍ୟାନେଜମେଂଟ୍‌’ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ଡୁଆଲ୍ ଡିଗ୍ରି ପ୍ରୋଗ୍ରାମ୍ ମଧ୍ୟ ଆରମ୍ଭ କରାଯାଇଛି ଯେଉଁଥିରେ ପ୍ରାର୍ଥୀମାନେ ପ୍ୟାରିସ୍‌ର ସୋରବର୍ଣ୍ଣ ବିଜନେସ୍ ସ୍କୁଲ୍‌ରୁ ଫାଇନାନ୍ସିଆଲ୍ ମ୍ୟାନେଜମେଂଟ୍‌ରେ ଏମ୍‌ବିଏ ଡିଗ୍ରି ହାସଲ କରିପାରିବେ । କର୍ମଜୀବୀମାନଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଏହି ବ୍ୟାପକ ପାଠ୍ୟଖସଡ଼ାରେ ୧୭ ପ୍ରକାର ସ୍ୱତନ୍ତ୍ର ପାଠ୍ୟକ୍ରମ, ଏନ୍‌କୁବେଟର ସହାୟତାଭିତିକ ଉଦ୍ୟମିତା ତାଲିମ, କର୍ପୋରେଟ୍ ଥେସିସ୍ ଓ ବ୍ୟକ୍ତିଗତ ବିକାଶ ଯୋଜନା ଆଦି ସାମିଲ ରହିଛି ।

ଶିକ୍ଷାଗ୍ରହଣର ବିଭିନ୍ନ ପଦ୍ଧତିକୁ ମିଶ୍ରଣ କରି କର୍ମଜୀବୀ ଏବଂ ଉଦ୍ୟୋଗୀମାନଙ୍କ ସୁବିଧା ଅନୁସାରେ ଏହି ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ବିଏଫ୍‌ଏସ୍‌ଆଇ, ଆଇଟି, ବୀମା, ଷ୍ଟକ୍ ବଜାର, ପର୍ସନାଲ୍ ଫାଇନାନ୍ସ, ରିଟେଲ୍ ଓ ଇ-କମର୍ସ, କ୍ରିପ୍ଟୋକରେନ୍ସି, ସାଇବରନିରାପତା, ଡାଟା ଆନାଲିଟିକ୍ସ, ରିଅଲ ଇଷ୍ଟେଟ୍ ଆଦି କ୍ଷେତ୍ରର ଉତ୍ସାହୀମାନଙ୍କ ଲାଗି ଏହି କାର୍ଯ୍ୟକ୍ରମ ବେଶ ଉପଯୁକ୍ତ ।

ଏହି ପାଠ୍ୟକ୍ରମରୁ ଗ୍ରାଜୁଏଟ୍ ହେବା ପରେ ପ୍ରାର୍ଥୀ ଜଣକ ବ୍ଲକ୍‌ଚେନ୍‌, କ୍ରିପ୍ଟୋଗ୍ରାଫି, ତଥ୍ୟ ସୁରକ୍ଷା, ପେମେଂଟ ବ୍ୟବସ୍ଥା, ନିୟାମକ, କୃତ୍ରିମ ବୁଦ୍ଧିମତା, ମେସିନ୍ ଲର୍ଣ୍ଣିଂ, ବିପଦ ପରିଚାଳନା ଏବଂ ସଂପତି ପରିଚାଳନା ଆଦି ଉପରେ ବୈଷୟିକ ଜ୍ଞାନ ହାସଲ କରିବେ । ଜଣେ ମେଂଟର ଓ ଇନକୁବେଟର ଭାବେ ନିଜ ଷ୍ଟାର୍ଟଅପ୍ ପରିଚାଳନା କରିବା ଲାଗି ଏହା ଉଦ୍ୟମିତା ଦକ୍ଷତା ପ୍ରଦାନ କରିବ । ଏହା ସେମାନଙ୍କୁ ଜଣେ ଉପଯୁକ୍ତ ପ୍ରବନ୍ଧକରେ ପରିଣତ କରିବ ।

ଏହି ରାଉଣ୍ଡଟେବୁଲ୍ କାର୍ଯ୍ୟକ୍ରମ ସହିତ ଏହି ପାଠ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୩ ମେ’ ୨୪ । ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ପରିଦର୍ଶନ କରନ୍ତୁ visit: https://iimsambalpur.ac.in/mba-in-fintech-management/     କିମ୍ବା ୮୬୫୫୬୪୭୩୯୧ ନମ୍ବରରେ ଯୋଗାଯୋଗ କରନ୍ତୁ ।

Share

Leave a Reply

Your email address will not be published. Required fields are marked *

nine + sixteen =